ବାଲୁକା କଳାରେ ନୂଆ ସଂସଦ ଭବନ, ଉଦଘାଟନୀ କାର୍ଯ୍ୟକ୍ରମକୁ ସ୍ଵାଗତ

By

Published : May 28, 2023, 2:10 PM IST

thumbnail

ପୁରୀ: ଆଜି ଉଦଘାଟିତ ହୋଇଛି ଭାରତର ନୂଆ ସଂସଦ ଭବନ । ଭବ୍ୟ ସମାରୋହରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏହି ଅତ୍ୟାଧୁନିକ ସଂସଦ ଭବନ ଉଦଘାଟନ କରିଛନ୍ତି । ଏହି ଅବସରରେ ସାରା ଦେଶରେ ଆନନ୍ଦର ମାହୋଲ ଦେଖିବାକୁ ମିଳିଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସ୍ଵାଗତ କରାଯାଇଛି । ତେବେ ଏନେଇ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା ଚିତ୍ର ଶିଳ୍ପୀ ସରିତା ଗୋଚ୍ଛାୟତ ଏକ ସୁନ୍ଦର ବାଲୁକା ଚିତ୍ର କଳା କରି ଏହି କାର୍ଯ୍ୟକ୍ରମକୁ ସ୍ଵାଗତ କରିଛନ୍ତି । ସରିତା ସମୁଦ୍ର ବାଲିରେ ନୂଆ ସଂସଦ ଭବନର ପ୍ରତିକୃତି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତ୍ରିରଙ୍ଗାକୁ ଏହି ବାଲୁକା ଚିତ୍ର କଳାରେ ସ୍ଥାନ ଦେବା ସହ ଏହି ଐତିହାସିକ ପଦକ୍ଷେପକୁ ସେ ସ୍ଵାଗତ କରିଛନ୍ତି । ଅନ୍ୟପଟେ ସୁନ୍ଦର ବାଲୁକା ଚିତ୍ରକଳା ଦେଖିବାକୁ ଚନ୍ଦ୍ରଭାଗା ବେଳାଭୂମିରେ ପର୍ଯ୍ୟଟକଙ୍କ ବେଶ୍ ଭିଡ ଦେଖିବାକୁ ମିଳିଛି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.