Republic Day Celebration: ତ୍ରିରଙ୍ଗା ଉତ୍ତୋଳନର ଭିନ୍ନ କିଛି ଦୃଶ୍ୟ, କେଉଁଠି ହାତୀ ତ କେଉଁଠି କ୍ରେନ

By

Published : Jan 26, 2023, 8:24 PM IST

Updated : Feb 3, 2023, 8:39 PM IST

thumbnail

ହାଇଦ୍ରାବାଦ: ଆଜି ସମଗ୍ର ଦେଶରେ ପାଳିତ ହୋଇଛି 74ତମ ସାଧାରଣତନ୍ତ୍ର ଦିବସ । ରାଜଧାନୀ ଦିଲ୍ଲୀରେ ସର୍ବାଭାରତୀୟ ସ୍ତରରେ ଏହାକୁ ପାଳନ କରାଯାଇଥିବା ବେଳେ ପ୍ରତ୍ୟେକ ରାଜ୍ୟ ରାଜଧାନୀରେ ଏହାକୁ ପ୍ରାଦେଶିକ ସ୍ତରରେ ମଧ୍ୟ ପାଳନ କରାଯାଇଛି । କେବଳ ଜାତୀୟ କି ପ୍ରାଦେଶିକ ସ୍ତରରେ ନୁହେଁ ବରଂ ଉତ୍ତରରୁ ଦକ୍ଷିଣ ସବୁଠି ଉଡିଛି ତ୍ରିରଙ୍ଗା । କାଶ୍ମୀରର ଆତଙ୍କବାଦୀ ପ୍ରଭାବିତ ଏରିଆରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସର୍ବତ୍ର ପାଳନ ହୋଇଛି ସାଧାରଣତନ୍ତ୍ର ଦିବସ । ଏହାରି ମଧ୍ୟରେ କିଛି ସ୍ଥାନରେ ଜାତୀୟ ପତାକା ଉତ୍ତୋଳନର ଭିନ୍ନ କିଛି ଚିତ୍ର ସାମ୍ନାକୁ ଆସିଛି । କେଉଁଟି ହାତୀ, ତ କେଉଁଠି କ୍ରେନ ସାହାଯ୍ୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି ।

ତାମିଲନାଡୁର ଏକ ମନ୍ଦିରରେ ଦେଖିବାକୁ ମିଳିଛି ଜାତୀୟତାବାଦ ଓ ଆଧ୍ୟାତ୍ମିକତାର ସଙ୍ଗମ । ରଜ୍ୟର ଅନ୍ୟତମ ପ୍ରସିଦ୍ଧ ତିରୁନେଲଭେଲି ନେଲାୟାପର୍ ମନ୍ଦିରରେ ପାଳିତ ହୋଇଛି 74ତମ ସାଧାରଣତନ୍ତ୍ର ଦିବସ । ମନ୍ଦିର ପୁରୋହିତ, ସେବାୟତଙ୍କ ସମେତ ମନ୍ଦିର ପ୍ରଶାସନ କର୍ମକର୍ତ୍ତାଙ୍କ ସହ ଶ୍ରଦ୍ଧାଳୁ ମିଶି ପାଳନ କରିଛନ୍ତି 74 ତମ ସାଧାରଣତନ୍ତ୍ର ଦିବସ । ତେବେ ସେଠାରେ ଜାତୀୟ ପତାକା ଉତ୍ତୋଳନର ମୁଖ୍ୟ ଆକର୍ଷଣ ଥିଲା ମନ୍ଦିରରେ ଥିବା ହାତୀ । ଏହି ହାତୀଟି ଜଣେ ସଦସ୍ୟ ପରି କାର୍ଯ୍ୟକ୍ରମରେ ଶୃଙ୍ଖଳିତ ଭାବେ ଛିଡା ହୋଇ ରହିବା ସହ ସାମିଲ ହୋଇଥିଲା । ହାତୀଟି ତ୍ରିରଙ୍ଗାକୁ ଶୁଣ୍ଢ ଉଠାଇ ସାଲ୍ୟୁଟ୍‌ କରୁଥିବା ଦୃଶ୍ୟ ସମସ୍ତଙ୍କୁ ଭାବୁକ କରିଥିଲା । ପରେ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । 

ସେହିପରି କାଶ୍ମୀରର ଐତିହାସିକ ଲାଲଚୌକରେ ଫରଫର ହୋଇ ଉଡିଛି ତ୍ରିରଙ୍ଗା । ସ୍ଥାନୀୟ ପ୍ରଶାସନ ଓ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟଙ୍କ ଦ୍ବାରା ପତାକା ଉତ୍ତୋଳନ କରାଯାଇଥିଲା । 90 ଦଶକରେ ତ୍ରିରଙ୍ଗା ଉଡାଇବା ଆହ୍ବାନ ପାଲିଟିଥିବା ଲାଲଚୌକରେ କ୍ଲକ ଟାଓ୍ବରରେ ଏକ ବିଶାଳ କ୍ରେନ ଯୋଗେ ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା । ଶହ ଶହ ସଂଖ୍ୟାରେ ସ୍ଥାନୀୟ କାଶ୍ମୀରବାସୀ, ପ୍ରଶାସନିକ ଅଧିକାରୀ, ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ । ଜାତୀୟ ସଙ୍ଗୀତ ସହ ଭାରତ ମାତା କି ଜୟ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ । ଭାରତୀୟ ସଶସ୍ତ୍ର ବଳର ଯବାନ କଡା ସୁରକ୍ଷା ବ୍ୟବସ୍ଥା କରିଥିଲେ । 

କେବଳ ଏତିକି ନୁହେଁ କାଶ୍ମୀରରେ ପ୍ରବଳ ତୁଷାରପାତ ସତ୍ତ୍ବେ ମଧ୍ୟ ଅନନ୍ତନାଗ ପରି ଆତଙ୍କବାଦ ପ୍ରବଣ ଜିଲ୍ଲାରେ ସାଧାରଣତନ୍ତ୍ର ଦିବସକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ସ୍ଥାନୀୟ ପ୍ରଶାସନ, ପୋଲିସ, ସୁରକ୍ଷା ବାହିନୀ ଓ ସାଧାରଣ ଜନତା ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଭାରତୀୟ ସେନାର ଏକାଧିକ ଫରଓ୍ବାର୍ଡ ପୋଷ୍ଟରେ ମଧ୍ୟ ପ୍ରତିକୂଳ ପାଗରେ ଯବାନ ପାଳିଛନ୍ତି ସାଧାରଣତନ୍ତ୍ର ଦିବସ । ସବୁଠି ଉଡିଛି ତ୍ରିରଙ୍ଗା । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.