‘ସାମ୍ବାଦିକତା ଏକ ବୃତ୍ତି ନୁହେଁ, ବ୍ରତ ହେବା ଆବଶ୍ୟକ’

By

Published : Jun 28, 2023, 4:22 PM IST

thumbnail

ଖୋର୍ଦ୍ଧା: ଜୟୀ ରାଜଗୁରୁ ଟାଉନ ହଲ ପରିସରରେ ଭାରତ ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ ଦ୍ୱାରା ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ବାର୍ତ୍ତାଳାପ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କିଭଳି ଜନମତ ସୃଷ୍ଟିରେ ଗଣମାଧ୍ୟମର ଭୂମିକା ସହ କେନ୍ଦ୍ର ସରକାରଙ୍କ ଆଜାଦି କା ଅମୃତ ମହୋତ୍ସବ ଏବଂ କେନ୍ଦ୍ର ସରକାରଙ୍କ 9 ବର୍ଷର ସୁଶାସନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପତ୍ର ସୂଚନା କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଗିରିଶ ଚନ୍ଦ୍ର ଦାସଙ୍କ ସଭାପତିତ୍ୱ କରିଥିଲେ। ସାମାଜିକ ଗଣମାଧ୍ୟମରେ ବର୍ତ୍ତମାନ ଯେଉଁଭଳି ମିଥ୍ୟା ଖବର ପ୍ରଚାର ପ୍ରସାର ହେଉଛି ସେଥିରେ କିଭଳି ରୋକ ଲାଗିବ ସେ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । 

 ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ କିଭଳି ଖୋର୍ଦ୍ଧାର ଇତିହାସକୁ କଦର୍ଥ କରାଯାଇଛି ସେ ଉପରେ ଆଲୋଚନା କରିଥିଲେ । 2014 ପରଠାରୁ ଦେଶର ଅର୍ଥନୀତି ବିଶ୍ୱର 14ତମ ସ୍ଥାନରେ ଥିବାବେଳେ ଏବେ ତାହା ବିଶ୍ୱର 5ମ ସ୍ଥାନରେ ପହଞ୍ଚିଛି । ସେହିପରି ସାମ୍ବାଦିକତା "ଏକ ବୃତ୍ତି ନୁହେଁ, ବରଂ ବ୍ରତ ହେବା ଆବଶ୍ୟକ" ବୋଲି ମତ ପୋଷଣ କରିଥିଲେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ । ଆମ ରାଜ୍ୟରେ କେତେ ସାମ୍ବାଦିକ ଅଛନ୍ତି ତାହା ସ୍ପଷ୍ଟ ହୋଇ ପାରୁନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । 

କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ସହ ସ୍ବାଧୀନତା ସଂଗ୍ରାମର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପିଆଇବି ଉପ ନିର୍ଦ୍ଦେଶକ ମନୋଜ କୁମାର ଜାଲି, ଜିଲ୍ଲା ସୂଚନା ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ, ସାମ୍ବାଦିକ ପ୍ରଭାତ କୁମାର ପାଣିଗ୍ରାହୀ ଏବଂ ପିଆଇବି କର୍ମଚାରୀ ପ୍ରଦୀପ ଚୌଧୁରୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.