ବିରଳ ପ୍ରଜାତିର ସାପ ଉଦ୍ଧାର, ଜନସଚେତନତା ଉପରେ ଗୁରୁତ୍ବ ଦେବାକୁ ଦାବି

By ETV Bharat Odisha Team

Published : Aug 24, 2023, 5:15 PM IST

Updated : Aug 25, 2023, 12:01 PM IST

thumbnail

ବୌଦ୍ଧ: ବିରଳ ପ୍ରଜାତିର ଚନ୍ଦନ ବୋଡ଼ା ଓ ରଣା ସାପ ଉଦ୍ଧାର । ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ସାପକୁ ଦେଖିବା ମାତ୍ରେ ଲୋକେ ମାରି ଦେଉଥିବାରୁ ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଛି । ଓଡ଼ିଶାର ସର୍ବାଧିକ ସର୍ପାଘାତ ମାମଲା ଥିବା ଜିଲ୍ଲାରେ ସାପକୁ ନେଇ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱାରୋପ କରାଯାଇଛି । ନଦୀନାଳ ଓ ଅରଣ୍ୟ ସମ୍ପଦରେ ଭରପୁର ବୌଦ୍ଧର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ବିରଳ ପ୍ରଜାତିର ସାପ । ସବୁଜ ଲାଉ ଡଙ୍କିଆ ସାପଠାରୁ ନେଇ ଚନ୍ଦନ ବୋଡ଼ା ସାପକୁ ଉଦ୍ଧାର କରାଯାଇଛି । 

ସାପକୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମାତ୍ମକ ଧାରଣା ତଥା ଅନ୍ଧବିଶ୍ୱାସ ରହିଥିବାରୁ ଏଭଳି ବିରଳ ପ୍ରଜାତିର ସାପ ବର୍ତ୍ତମାନ ସମୟରେ ଲୁପ୍ତ ପ୍ରାୟ ହୋଇ ପଡ଼ିଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସମୟରେ ପିଟ୍‌ ଭାଇପର, ଗ୍ରୀନ ପିଟ୍‌ ଭାଇପର, ଅହିରାଜ ଓ ନାଗର ବିଭିନ୍ନ ପ୍ରଜାତି ସାପ ଦେଖିବାକୁ ମିଳିଥାଏ । ବିଭିନ୍ନ ସ୍ଥାନରେ ସାପର ବିଷକ୍ରିୟା ଓ ଏହାର ଅଙ୍ଗକୁ ନେଇ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ କାରଣରୁ ରଣା ସାପକୁ ଓଜନ ହିସାବରେ ବିକ୍ରି କରାଯାଉଥିବା ଭଳି ଭ୍ରାନ୍ତ ଧାରଣା ରହିଛି । 

ଏହା ବି ପଢନ୍ତୁ...Watch: ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିଲେ ଭୂପେଶ ବଘେଲ, ହଠାତ୍‌ ପହଞ୍ଚିଗଲା ସାପ ତା’ ପରେ...

ବିଗତ ବର୍ଷରେ ଗୋଟିଏ ସ୍ଥାନରୁ ଏକକାଳୀନ 4ଟି ବିରାଟକାୟ ଅହିରାଜ ସାପ ଉଦ୍ଧାର ସାରା ରାଜ୍ୟରେ ରେକର୍ଡ ହୋଇଥିଲା । ଜିଲ୍ଲାରେ ସର୍ପାଘାତ ମାମଲା ସାରା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଥିଲେ ମଧ୍ୟ ଚିକିତ୍ସା ପାଇଁ ଅଦ୍ୟାବଧି ଲୋକେ ଗୁଣି ଗାରେଡ଼ିର ସହାୟତା ନେଉଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନେବାକୁ ସ୍ନେକ ହେଲ୍ପଲାଇନର ସଦସ୍ୟ ମତ ପ୍ରକାଶ କରିଛନ୍ତି ।


ଇଟିଭି ଭାରତ, ବୌଦ୍ଧ

Last Updated : Aug 25, 2023, 12:01 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.