ରାଜସ୍ଥାନ ବିଧାନସଭା ନିର୍ବାଚନ; ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ଗେହେଲଟ-ବସୁନ୍ଧରା ରାଜେ

By ETV Bharat Odisha Team

Published : Nov 25, 2023, 1:17 PM IST

thumbnail

ଜୟପୁର: ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ନେତା ବାଛୁଛନ୍ତି ଜନତା ।  1863 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଜନତାଙ୍କ ସହ, ନେତା, ମନ୍ତ୍ରୀ ଓ ବହୁ ବରିଷ୍ଠ ରାଜନୈତିକ ନେତୃବୃନ୍ଦ ବୁଥ୍‌ରେ ନିଜର ମତସାବ୍ୟସ୍ତ କରୁଛନ୍ତି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ, ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ମତ ସାବ୍ୟସ୍ତ କରିଛନ୍ତି । ସର୍ଦ୍ଦାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି ଅଶୋକ ଗେହେଲଟ । ରାଜସ୍ଥାନରେ ପୁଣି କଂଗ୍ରେସ ସରକାର ଗଠନ କରିବ ଓ ଆଜି ପରଠାରୁ ବିଜେପିକୁ ଆଉ ଦେଖିବାକୁ ମିଳିବ ନାହିଁ ବୋଲି ଭୋଟ ଦେବା ପରେ କହିଛନ୍ତି ଗେହେଲଟ । ସେହିପରି ଅଧିକରୁ ଅଧିକ ଭୋଟ ଦେବା ପାଇଁ ଯୁବ ଭୋଟରଙ୍କୁ ଅପିଲ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ।        

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.