ETV Bharat / bharat

ଭୋଟ୍ ଦେଉଛି ରାଜସ୍ଥାନ: 199 ବିଧାନସଭା ଆସନରେ ମତଦାନ ଜାରି

author img

By ETV Bharat Odisha Team

Published : Nov 25, 2023, 7:28 AM IST

Updated : Nov 25, 2023, 11:51 AM IST

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି। ମନ ପସନ୍ଦର ନେତାଙ୍କୁ ବାଛୁଛନ୍ତି ଜନତା । ଅଧିକ ପଢନ୍ତୁ

Rajasthan Election 2023
Rajasthan Election 2023

ଜୟପୁର: ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ । କିଏ ହାତେଇବ ରାଜସ୍ଥାନ ଗାଦି ? କଂଗ୍ରେସ ଶାସନ ବଳବତ୍ତର ରହିବ ନା ବିଜେପି ଆରମ୍ଭ କରିବ ନୂଆ ଅଧ୍ୟାୟ ? ଆଜି 1863 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 5କୋଟି ଭୋଟର । ଏନେଇ ସକାଳ 7ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି ଭୋଟର । ଶାନ୍ତି ଶୃଙ୍ଖଳାର ସହ ବୁଥଗୁଡିକରେ ଆରମ୍ଭ ହୋଇଛି ଭୋଟିଂ । ରାଜ୍ୟର ମୋଟ 200 ବିଧାନସଭା ଆସନ ମଧ୍ୟରୁ 199ଟିରେ ମତଦାନ ଆରମ୍ଭ ହୋଇଛି । ଶ୍ରୀଗଙ୍ଗାନଗର ଜିଲ୍ଲାର କରଣପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ସେଠାରେ ମତଦାନକୁ ସ୍ଥଗିତ ରଖାଯାଇଛି ।

ମଇଦାନରେ ବିଜେପି, କଂଗ୍ରେସ ପ୍ରାର୍ଥୀ ବ୍ୟତୀତ ସିପିଏମ, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି, ଆମ ଆଦମୀ ପାର୍ଟି, ଭାରତୀୟ ଟ୍ରାଇବାଲ ପାର୍ଟିର ପ୍ରାର୍ଥୀ ମଧ୍ୟ ରହିଛନ୍ତି । କିନ୍ତୁ କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର ହେବ । ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଜାରି ରହିବ । 51,507ଟି କେନ୍ଦ୍ରର ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ମୋଟ 5 କୋଟି 26 ଲକ୍ଷ 90 ହଜାର 146 ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି । ସମୁଦାୟ ଭୋଟରଙ୍କ ମଧ୍ୟରୁ 18ରୁ 30 ବର୍ଷ ବୟସ ମଧ୍ୟରେ 1 କୋଟି 70 ଲକ୍ଷ 99 ହଜାର 334 ଜଣ ଭୋଟର ରହିଛନ୍ତି । ସେହିପରି 18ରୁ 19 ବର୍ଷ ବୟସ ମଧ୍ୟରେ 22 ଲକ୍ଷ 61 ହଜାର 8 ଜଣ ଭୋଟର ରହିଛନ୍ତି । ଭୋଟିଂ ପ୍ରକ୍ରିୟାକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ଲାଗି ପ୍ରାୟ ଦେଢ ଲକ୍ଷ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରାଜସ୍ଥାନ ବିଧାନସଭା ନିର୍ବାଚନ: କାଲି ମତଦାନ, ୧୮୬୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫କୋଟି ଭୋଟର

ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ମତଦାନ ଲାଗି 6,287 ମାଇକ୍ରୋ ପର୍ଯ୍ୟବେକ୍ଷକ ଏବଂ 6247 ସେକ୍ଟର ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଏମାନେ ମତଦାନ ଟିମ ସହିତ ନିରନ୍ତର ସମନ୍ବୟ ରକ୍ଷା କରି ତୁରନ୍ତ ଯେକୌଣସି ପ୍ରକାରର ସମସ୍ୟାର ସମାଧାନ କରିବେ । ସମସ୍ତ ସେକ୍ଟର ଅଧିକାରୀଙ୍କୁ ଏକ ଅତିରିକ୍ତ ଇଭିଏମ୍ ମେସିନ ମଧ୍ୟ ଦିଆଯାଇଛି । ଇଭିଏମ୍ ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପ୍ରତ୍ୟେକ ବିଧାନସଭା ଆସନରେ 2ଜଣ ଇଞ୍ଜିନିୟର ଉପସ୍ଥିତ ରହିଛନ୍ତି । ଇଭିଏମ୍‌ରେ କୌଣସି ତ୍ରୁଟି ସମ୍ବନ୍ଧୀୟ ସୂଚନା ପାଇବା ପରେ ତୁରନ୍ତ ସେମାନେ କେନ୍ଦ୍ରରେ ପହଞ୍ଚିବେ । ଏହି ଇଞ୍ଜିନିୟରମାନଙ୍କ ନିକଟରେ ମଧ୍ୟ ଗୋଟିଏ ଅତିରିକ୍ତ ଇଭିଏମ୍ ମେସିନ ରହିଛି ।

Last Updated : Nov 25, 2023, 11:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.