ବିଜୟାଦଶମୀ ଅବସରରେ ବାଉଶୁଣୀରେ ମନ ମୋହିଲା ରାବଣ ଦରବାର

By ETV Bharat Odisha Team

Published : Oct 25, 2023, 2:25 PM IST

thumbnail

ବୌଦ୍ଧ: ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ବିଜୟାଦଶମୀ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି । ଏହି ଅବସରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଧାରାରେ ବାଉଶୁଣୀଠାରେ ରାବଣ ଦରବାରର ଆୟୋଜନ କରାଯାଇଥିଲା । ପବିତ୍ର ବିଜୟାଦଶମୀ ପାଇଁ  ବୌଦ୍ଧ ଜିଲ୍ଲାର 3 ବ୍ଲକର ବିଭିନ୍ନ ପ୍ରାଚୀନ ଶକ୍ତିପୀଠରେ ତଥା ବିଭିନ୍ନ ପୂଜା ମଣ୍ଡପରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା । ବୌଦ୍ଧ ଜିଲ୍ଲାର ଘଣ୍ଟାପଡା ଠାରେ ସମଲେଶ୍ବରୀ ଯାତ୍ରା ଠାରୁ ନେଇ ପୁରୁଣା କଟକ ସ୍ଥିତ ମା ଭୈରବୀଙ୍କ ବିଜୟା ଦଶମୀ ଉତ୍ସବ ବେଶ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ଜିଲ୍ଲାର ପ୍ରାୟ ଗ୍ରାମରେ ଶାରଦୀୟ ଦୁର୍ଗାପୂଜା ପାଇଁ ବିଭିନ୍ନ ଦେବାଦେବୀଙ୍କ ମୃଣ୍ମୟ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇଥିଲା । ଏହାଛଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଡୁମାଳ ସଂପ୍ରଦାୟର ଆରାଧ୍ୟ ଦେବୀ ମାହେଶ୍ୱରୀଙ୍କ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ବାଉଶୁଣୀର ଡିମିରିପାଲି ଠାରେ ଅନୁଷ୍ଠିତ ଦୁର୍ଗାପୂଜା ୫୬ ବର୍ଷରେ ପଦାର୍ପଣ କରିଥିବା ବେଳେ ସ୍ଥାନୀୟ କଳାକାର ମାନେ ପ୍ରଥମ ଥର ପାଇଁ ରାବଣ ଦରବାରରେ ଆୟୋଜନ କରିବା ସହିତ ଅଭିନୟ କରିଥିଲେ । ରାବଣ ଦରବାର ଉତ୍ସବ ପାଇଁ ଦଶମୀ ସଂଧ୍ୟାରେ ବାଉଶୁଣୀ ଅଞ୍ଚଳରେ ହଜାର ହଜାର ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାରେ ରାବଣ ବାଉଶୁଣୀ ଅଞ୍ଚଳର ପରିକ୍ରମା ପରେ ରାବଣ ଦରବାର ଅନୁଷ୍ଠିତ ହୋଇଥିଲା । ରାବଣ ଦରବାରକୁ ମନୋ ଭରି ଉପଭୋଗ କରିଥିଲେ ଦର୍ଶକ ।
 

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.