କାର୍ଡବୋର୍ଡରେ ନୂତନ ସଂସଦ ଭବନ ଗଢିଲେ ଯୁବଶିଳ୍ପୀ

By

Published : May 28, 2023, 12:45 PM IST

thumbnail

ପୁରୀ: ଆଜି ଦେଶକୁ ବିଶାଳ ଓ ଭବ୍ୟ ସଂସଦ ଭବନ ମିଳିଛି । ପୂଜାର୍ଚ୍ଚନା ଓ ପ୍ରାର୍ଥନା ସହ ଅତ୍ୟାଧୁନିକ ସଂସଦ ସୌଧର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗୌରବମୟ ଦିନରେ ପୁରୀର ଯୁବଶିଳ୍ପୀ ନନ୍ଦିନୀ ପଟ୍ଟନାୟକ କାର୍ଡବୋର୍ଡରେ ନୂତନ ସଂସଦ ଭବନର ଏକ ଆକର୍ଷଣୀୟ ଅବିକଳ ପ୍ରତିକୃତି ପ୍ରସ୍ତୁତ କରିଛନ୍ତି । ନନ୍ଦିନୀ କାର୍ଡ ବୋର୍ଡ, ପେପର, ରଙ୍ଗ ବ୍ୟବହାର କରି ଏହାକୁ ତିଆରି କରିଛନ୍ତି । ଯାହା ଅବିକଳ ସଂସଦ ଭବନ ଭଳି ଦେଖାଯାଉଛି । କିଛି ଦିନ ତଳେ ଏହି ଯୁବଶିଳ୍ପୀ କାର୍ଡ ବୋର୍ଡ, ପେପରରେ ବନ୍ଦେ ଭାରତ ଟ୍ରେନର ସୁନ୍ଦର ପ୍ରତିକୃତି ତିଆରି କରି ପ୍ରଶଂସିତ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଓଡି଼ଶାରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିବାରୁ ସେ ନିଜର କଳାକୃତି ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆଜି ନୂତନ ସଂସଦ ଭବନର ଲୋକାର୍ପଣ ଅବସରରେ ପୁଣିଥରେ ନିଜର କଳାକୃତି ପାଇଁ ପ୍ରଶଂସିତ ହୋଇଛନ୍ତି ନନ୍ଦିନୀ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.