ଭୋଟର ସଚେତନତା ପାଇଁ ଅଭିନବ ପ୍ରୟାସ, ଆୟୋଜିତ ହେଲା ପଥ ଉତ୍ସବ

By ETV Bharat Odisha Team

Published : Oct 28, 2023, 10:57 PM IST

thumbnail

ଅନୁଗୋଳ: ଶୀତ ଆରମ୍ଭରେ ରାହାଗିରି । ଅନୁଗୋଳ ସହରରେ ଆଜି ହୋଇଛି ରାହାଗିରି ବା ପଥ ଉତ୍ସବ । ସହରର ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ରାସ୍ତାରେ ଦେଖିବାକୁ ମିଳିଛି ଭଳିକି ସଚେତନା ଧର୍ମୀ କାର୍ଯ୍ୟକ୍ରମ ।ଭୋଟର ସଚେତନତା ପାଇଁ ଏହି ଅଭିନବ ପ୍ରୟାସ କରିଛି ଜିଲ୍ଲା ପ୍ରଶାସନ । ଭୋଟରମାନଙ୍କୁ ସଚେତନା କରିବା ପାଇଁ ପଥ ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ନୂଆ ଭୋଟରଙ୍କୁ ତାଲିଖା ଭୁକ୍ତ କରିବା ଏବଂ ଭୋଟରଙ୍କ ପରିଚୟ ପତ୍ର ସଂଶୋଧନ କରିବା ଏବଂ ମତଦାତାଙ୍କୁ ଗଣତନ୍ତ୍ର ମହାପର୍ବରେ ସାମିଲ କରାଯିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଛି । ଏହି କର୍ଯ୍ୟକ୍ରମରେ ମୁଖ୍ୟତଃ ନୂତନ ମତଦାତାଙ୍କୁ ଫୋକସ୍‌ରେ ରଖାଯାଇଛି । 

ଏହା ପଥ ଉତ୍ସବ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆୟୋଜନ ହୋଇଥିଲା । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବହୁ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ସଚେତନ ଶୋଭାଯାତ୍ରାଟି ସହର ପରିକ୍ରମା କରିଥିଲେ । ପରେ ଏହି ଉତ୍ସବରେ ଝୋଟି ରଙ୍ଗୋଲି ଠାରୁ ଆରମ୍ଭ କରି ଯୋଗ, କରାଟେ , ଟାଇକୋଣ୍ଡ ଆଦି ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ବିଭିନ୍ନ ଲୋକକଳା, ଦାସକାଠିଆ ଠାରୁ ଆରମ୍ଭ କରି ଓଡିଶୀ ଓ ଅନ୍ୟାନ୍ୟ ନୃତ୍ୟ ସବୁ ଦେଖିବାକୁ ମିଲିଥିଲ । ଏହି ଉତ୍ସବରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ବରନେଣ୍ଡ ମହାନ୍ତି ,ଜିଲ୍ଲା ଅତିରିକ୍ତ ନିର୍ବାଚନ ଅଧିକାରୀ ଉଦୟ କୁମାର ମହାପାତ୍ର ଏବଂ ପୋଲିସ ଅଧିକାରୀ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ....ଭୋଟର ସଚେତନା ପାଇଁ ପଥ ଉତ୍ସବ, ଫୋକସରେ ନୂଆ ମତଦାତା

ଇଟିଭି ଭାରତ,ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.