ଭୋଟର ସଚେତନା ପାଇଁ ପଥ ଉତ୍ସବ, ଫୋକସରେ ନୂଆ ମତଦାତା

By ETV Bharat Odisha Team

Published : Oct 28, 2023, 6:08 PM IST

thumbnail

ରାଉରକେଲା: ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ରାଉରକେଲାର ସହରରେ ନୂତନ ଭୋଟରଙ୍କୁ ସତେତନା କରାଇବା ପାଇଁ ସରକାରଙ୍କ ତରରଫରୁ ଏକ ପଥ ଉତ୍ସବ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପଥ ଉତ୍ସବର ମୁଖ୍ୟ ଲକ୍ଷ୍ୟ ହେଲା ସମୁଦାୟକୁ ଏକାଠି କରିବା ଗଣତନ୍ତ୍ରର ମହାନ ପର୍ବରେ ନୂଆ ଭୋଟର ମାନଙ୍କୁ ସାମିଲ କରିବା ଏବଂ ଲୋକମାନଙ୍କୁ ମତଦାନ କରିବା ପାଇଁ ସଚେତନ କରିବା ।ରାଜ୍ୟ ସରକାର ଏବଂ ଇଲେକ୍ସନ କମିଶନଙ୍କ ଦ୍ୱାରା ଆୟୋଜିତ ଏହି ପଥ ଉତ୍ସବ ରାଉରକେଲାରେ ଧୁମଧାମରେ ପଳନ କରାଯାଇଛି । 

 ଆଜିର ଏହି ପଥ ଉତ୍ସବରେ ସଙ୍ଗୀତ, ନୃତ୍ୟ, ପଥପ୍ରନ୍ତ ନାଟକ ଇତ୍ୟାଦି କରାଯାଇଛି । ନୂଆ ଭୋଟର ମାନେ କିଭଳି ଭୋଟ ଦେବେ, କେମିତି ଭୋଟର ତାଲିକା ସଂଶୋଧନ କରିବେ ଏବଂ କିଭଳି ନୂତନ ଭୋଟ ତାଲିକାରେ ନାମ ପଞ୍ଜିକରଣ କରିବେ ନେଇ ସଚେତନା କରାଯାଇଛି । ଏହି  ପଥ ଉତ୍ସବ ଏକ ମତଦାନ କିପରି କରାଯିବ ସେ ନେଇ ସଚେତନ କରାଯାଇଛି । ଏହା ସହ ବିିଭିନ୍ନ ପ୍ରକାର ପାମ୍ପରୀକ ନାଚ, ଗୀତ ମଧ୍ୟମରେ ସଚେତନା କରାଯାଇଛି । ତେବେ ଏଥିରେ ଯେଉଁମାନଙ୍କୁ ନୂତନ ଭାବରେ୧୮ ବର୍ଷ ପୂରଣ ହେବ ସେହି ଯୁବକ ଯୁବତୀ ମାନଙ୍କୁ  ଏବଂ କଲେଜ ଛାତ୍ରଛାତ୍ରୀଙ୍କୁ ଅଧିକ ଫୋକସ କରାଯାଇଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.