ମହୁଆଙ୍କ ବହିଷ୍କାର ଉପରେ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ପ୍ରତିକ୍ରିୟା, 2005ରେ ବହିଷ୍କୃତ ହୋଇଥିଲେ 10 ସାଂସଦ

By ETV Bharat Odisha Team

Published : Dec 8, 2023, 7:25 PM IST

thumbnail

ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଲୋକସଭାରୁ ବହିଷ୍କାର କରାଯିବାକୁ ନେଇ ରାଜନୈତିକ ମହଲରେ ପ୍ରକାଶ ପାଇଛି ଭିନ୍ନ ଭିନ୍ନ ପ୍ରତିକ୍ରିୟା । ବିରୋଧୀ ସଦସ୍ୟମାନେ ମହୁଆ ମୋଇତ୍ରାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିଥିବା ବେଳେ, ସରକାରୀ ଦଳ ପକ୍ଷରୁ ପକ୍ଷ ରଖିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ, ସାଂସଦଙ୍କୁ ବହିଷ୍କାର କରାଯିବା ଘଟଣା, ସଂସଦୀୟ ଇତିହାସରେ କିଛି ନୂଆ ନୁହେଁ । 2005ରେ ମଧ୍ଯ ଏଭଳି ଘଟଣା ଘଟିଥିଲା । 2005 ମସିହାରେ ଷ୍ଟିଙ୍ଗ ଅପରେସନ ମାମଲାରେ 10 ଜଣ ସାଂସଦଙ୍କୁ ବହିଷ୍କାର କରାଯାଇଥିଲା । ସେ ସମୟରେ ମଧ୍ଯ ଏଥିକ୍ସ କମିଟି ବା ସଦାଚାର କମିଟି ରିପୋର୍ଟ ଅନୁସାରେ ଗୋଟିଏ ଦିନରେ ରିପୋର୍ଟ ଦାଖଲ ସହ ସେହି ଦିନ ହିଁ କାର୍ଯ୍ଯାନୁଷ୍ଠାନ ନିଆଯାଇଥିଲା । ସୂଚନା ଅନୁସାରେ 2005ରେ ବହିଷ୍କୃତ ହୋଇଥିବା ହୋଇଥିବା 10 ସାଂସଦମାନଙ୍କ ମଧ୍ୟରେ ଥିଲେ କଂଗ୍ରେସ, ବିଜେପି ଏବଂ ଆରଜେଡି ସମେତ ବିଭିନ୍ନ ଦଳର  ସାଂସଦ। 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.