ନିଆଁ ଲାଗି ଜଳିଗଲା ୭ ଏକର ଧାନ , ଫସଲ ଚିନ୍ତାରେ ଚାଷୀ

By ETV Bharat Odisha Team

Published : Dec 24, 2023, 10:59 PM IST

thumbnail

Paddy Crop Burn in Tentulikhunti ଭବାନୀପାଟଣା: କ୍ଷଣକରେ ପାଉଁଶ ହେଇଗଲା ସୁନାର ଫସଲ । ଚାହୁଁ ଚାହୁଁ ଏକର ଏକର ଫସଲ ଉଜୁଡି ଗଲା । କେତେବଳେ ଜଳ ପାଇଁ ଚାଷୀଙ୍କ ଚିନ୍ତା ତ ପୁଣି ଆଉ କେତେବେଳେ ବର୍ଷା ଅଭାବ ଯୋଗୁଁ ଚାଷ ନଷ୍ଟ । ଏହାରି ଭିତରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଥିବା ବେଳେ ପୁଣି କଷ୍ଟ ଉପାର୍ଜିତ ଧାନ ଜଳିପୋଡି ନଷ୍ଟ ହୋଇଯାଇଛି । ଯାହା ଚାଷୀଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ହାରାମାଲ ପଞ୍ଚାୟତ ଅଧିନସ୍ତ ତେନ୍ତୁଳିଖୁଣ୍ଟି ଗ୍ରାମର ଦୁଇଜଣ ଚାଷୀଙ୍କ ପ୍ରାୟ ୭ ଏକର ଧାନ ଫସଲ ନିଆଁରେ ଜଳି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ତେନ୍ତୁଳିଖୁଣ୍ଟି ଗ୍ରାମର ଝସକେତନ ଦୁର୍ଗା ଓ ଫକିର ଦୁର୍ଗା । ଉଭୟଙ୍କ ଧାନ ବିଳରୁ ଧାନ କଟା ହୋଇ ଖଳାରେ ରଖାଯାଇଥିବ ଥିବା ବେଳେ ଅଚାନକ ନିଆଁ ଲାଗି ସବୁ ଜଳିପୋଡ଼ି ପାଉଁଶ ହୋଇ ହୋଇଯାଇଛି । ତେବେ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛି । ତେବେ କେଉଁ କାରଣରୁ ଧାନରେ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ । ନିଜ କଷ୍ଟ ଉପାର୍ଜିତ ଅମଳ ହରାଇ ଭାଙ୍ଗି ପଡିଛନ୍ତି ଏହି ଦୁଇ ଚାଷୀ ପରିବାର । କ୍ଷତିଗ୍ରସ୍ତ ଏହି ଦୁଇ ଜଣ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.