ବାଇକକୁ ପିଟିଲା ଟ୍ରକ: ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

By

Published : May 13, 2023, 7:55 PM IST

thumbnail

ଖୋର୍ଦ୍ଧା: ଖୋର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ , କେରଙ୍ଗ ଗ୍ରାମର ଦିଲୀପ ଦାସ ଓ ତାଙ୍କ ପତ୍ନୀ ଏକ ହୋଣ୍ଡା ଶାଇନ ମୋଟର ସାଇକେଲ OD02A8289ରେ ଖୋର୍ଦ୍ଧାରୁ ମୁକ୍ତାପୁର ଯାଉଥିଲେ । ବିଙ୍କୁଡ଼ିଆ ଛକ ନିକଟରେ ପଛରୁ ଆସୁଥିବା ଏକ ଆଇଚର ଟ୍ରକ OD 02 AQ 1811 ଦ୍ରୁତ ଗତିରେ ଆସି ଦିଲ୍ଲୀପ ଦାସଙ୍କ ବାଇକକୁ ଧକ୍କା ଦେଇଥିଲା । ଯାହାଫଳରେ ବାଇକ୍‌ଟି ରାସ୍ତା ଉପରକୁ ଛିଟିକି ପଡିଥିଲା ।  ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ଦିଲ୍ଲୀପ ଦାସଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ହୋଇଥିବା ତାଙ୍କ ପତ୍ନୀ ଚିକିତ୍ସିତ ହେଉଛନ୍ତି । ସେପଟେ ଦୁର୍ଘଟଣା ଘଟାଇଥିବା ଆଇଚର ଟ୍ରକ ଡ୍ରାଇଭରକୁ ସ୍ଥାନୀୟ ଲୋକେ ପୋଲିସର ଜିମା ଦେଇଥିବ ବେଳେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଦୁର୍ଘଟଣାଗସ୍ତ ଗାଡି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ସେପଟେ ଏଭଳି ଦୁଃଖଦ ଖବର ପାଇ କେରଙ୍ଗ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.