Nuakhai: ବଲାଙ୍ଗୀରରେ ନୂଆଖାଇ ଧୂମ, ଏକାଠି ନୂଆ ଖାଇଲେ ପରିବାର

By ETV Bharat Odisha Team

Published : Sep 20, 2023, 3:23 PM IST

thumbnail

ବଲାଙ୍ଗିର: ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇକୁ ନେଇ ଉତ୍ସବମୁଖର ବଲାଙ୍ଗୀର । ସବୁ ଦ୍ଵେଷ ବିଦ୍ୱେଷ ଭୁଲି ଏକାଠି ନୂଆ ଖାଇବା ସହ ଖେଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୋର ହୋଇଛନ୍ତି ଲୋକେ । ଚଳିତ ବର୍ଷ ବଲାଙ୍ଗୀରରେ ଚାଷ ଭଲ ହୋଇଥିବାରୁ ଚାଷୀମାନେ ବେଶ ଖୁସି ହେବା ସହ ବେଶ ଧୁମଧାମରେ ପାଳନ କରୁଛନ୍ତି ନୂଆଖାଇ । ତେବେ ନୂଆଖାଇ ପାଇଁ ଗ୍ରାମର ମୁଖ୍ୟ ପୂଜକ ସହିତ ଚାଷୀ ମାନେ ନିଜ ନିଜ କ୍ଷେତରୁ ଧାନ ବରଣ କରିଛନ୍ତି । ସେଥିରୁ ଚୂଡା ଗୁଣ୍ଡ ପ୍ରସ୍ତୁତ କରି ଅମୃତ ବେଲାରେ ଇଷ୍ଟ ଦେବା ଦେବୀଙ୍କ ପାଖରେ ଭୋଗ ଲାଗି କରିଛନ୍ତି । ଯାହା ପରେ ସମସ୍ତେ ମିଳିମିଶି ନୂଆଖାଇ ପାଳନ କରୁଛନ୍ତି । 

ଆଉମଧ୍ୟ ପଢନ୍ତୁ.. ନୂଆଖାଇ ପାଇଁ ଘର ବାହୁଡା; ସମ୍ବଲପୁର ଷ୍ଟେସନରେ ଅସମ୍ଭାଳ ଭିଡ

ସେହିପରି ନୂଆଖାଇ ସରିବା ପରେ ଜୁହାର ଭେଟ ଘାଟ ପରମ୍ପରା ଅନୁସାରେ ସମସ୍ତେ ପରସ୍ପରକୁ ନୂଆଖାଇର ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତେ ମିଳି ମିଶି ପାରମ୍ପରିକ ନୃତ୍ୟ ଗୀତ ଡାଲ ଖାଇ, ରସର୍ କେଳି, ମଇଳା ଜଡ, କୁରେ ଫୁଲ ନୃତ୍ୟ ଓ ଗୀତରେ ବିଭୋର ହୋଇଛନ୍ତି । ତେବେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଗଣ ପର୍ବରେ ପ୍ରଥମ ଦିନ ନୂଆଖାଇ ଓ ଦ୍ଵିତୀୟ ନୂଆଖାଇ ବାସିରେ ସୁସ୍ୱାଦୁ ଭୋଜନ ଖାଇବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ।
 


ବଲାଙ୍ଗିର, ଇଟିଭି ଭାରତ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.