Budget Session: ଗୃହରେ ଉଠିଲା ମେକଇନ ଓଡିଶା କନକ୍ଲେଭ ପ୍ରସଙ୍ଗ, ଉତ୍ତର ରଖିଲେ ଶିଳ୍ପମନ୍ତ୍ରୀ

By

Published : Mar 31, 2023, 12:27 PM IST

thumbnail

ଭୁବନେଶ୍ବର: ଆଜି ବିଧାନସଭାରେ ପ୍ରଶ୍ନକାଳରେ ମେକଇନ ଓଡିଶା କନକ୍ଲଭ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଯାହାର ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ମେକଇନ 2016 ଓ 18ରରେ ଫରେନ ଡାଇରେକ୍ଟ ଇନଭେଷ୍ଟମେଣ୍ଟରେ କେତେ ଟଙ୍କା ଓଡିଶାକୁ ଆସିଛି ଏବଂ ଏପର୍ଯ୍ୟନ୍ତ ତାହା କେତେ ଖର୍ଚ୍ଚ ହେଲାଣି ଓ କେତେ ଖର୍ଚ୍ଚ ହେବା ନେଇ କାର୍ଯ୍ୟକ୍ରମ ରହିଛି । ଏବଂ ସେଥିରେ କେତୋଟି ଶିଳ୍ପ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ରମ ଆରମ୍ଭ କରିସାରିଲେଣି ସେ ଭାବରେ ନିର୍ଦ୍ଦିଷ୍ଟ ଭାବରେ ତଥ୍ୟ ଜାଣିବାକୁ ଚାହିଁଥିଲେ ବିଜେପି ବିଧାୟକ ମୋହନ ମାଝୀ । 

ଏହାର ଉତ୍ତରରେ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଯେ, 2016ରେ ଆମକୁ 84ଟି ପ୍ରସ୍ତାବ ଆସିଥିଲା । ସେଥି ମଧ୍ୟରୁ 58ଟି ଆମେ ଅନୁମୋଦନ କରିଥିଲୁ । ସେଥି ମଧ୍ୟରୁ 27ଟି କାର୍ଯ୍ୟରତ ରହିଛି । 2018 ମସିହାରେ 202ଟି ପ୍ରସ୍ତାବ ଆସିଥିଲା । ସେଥି ମଧ୍ୟରୁ 109ଟି ଅନୁମୋଦନ କରିଥିଲୁ । 71ଟି ବର୍ତ୍ତମାନ କାର୍ଯ୍ୟରତ ରହିଛି । ସେହିପରି ମେକ ଇନ ଓଡ଼ିଶାକୁ ମୋହନ ମାଝି ଏକ ସୁନ୍ଦର ନାମକରଣ କହିଥିବା ବେଳେ ଏହି ନାରା ମେକ ଇନ ଇଣ୍ଡିଆ ପରେ ଆସିଥିବା କହିଥିଲେ ଶିଳ୍ପମନ୍ତ୍ରୀ । 

ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 5 ଟ୍ରିଲିୟନ ଇକୋନମିକ କଥା କହିଥିଲେ । ଯଦି 30 ରାଜ୍ୟ ଆଗକୁ ନ ଆସିବେ, ଏହା ପୂରଣ ହୋ ପାରିବ ନାହିଁ ବୋଲି ଶିଳ୍ପ ମନ୍ତ୍ରୀ ଜବାବ ଦେଇଥିଲେ । କାରଣ ଓଡ଼ିଶାରେ ହେଉଥିବା ପୁଞ୍ଜି ନିବେଶର ତଦାରଖ କେନ୍ଦ୍ର କମର୍ସ ବିଭାଗ କରୁଛି । ଯେଉଁଥି ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ପ୍ରଶଂସା ବି କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନିଜେ ସାଂସଦରେ କହିଛନ୍ତି ଯେ ସଂଘୀୟ ବ୍ୟବସ୍ଥା ନବୀନ ପଟ୍ଟନାୟକଙ୍କ ଠାରୁ ଶିଖ । ହେଲେ ମୋହନ ମାଝୀ ଗୃହରେ କଣ ଶିଖାଉଛନ୍ତି ବୋଲି ସେ କଟାକ୍ଷ କରିଥିଲେ । ଏଥିସହ କଂଗ୍ରେସ ଶାସନ ସମୟର 1000 ଦିନରେ 1000 ଶିଳ୍ପ କାହିଁକି ଫେଲ ମାରିଲା ବୋଲି ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.