ରାଜଧାନୀରେ ATM ଲୁଟ୍, ବ୍ଲାକ ସ୍ପ୍ରେ ମାରି ଖାଲି କରିଦେଲେ କ୍ୟାସ ଟ୍ରେ

By ETV Bharat Odisha Team

Published : Dec 11, 2023, 6:21 PM IST

thumbnail

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ବଢିଚାଲିଛି ଅପରାଧିକ କାର୍ଯ୍ୟକଳାପ । ରାଜଧାନୀରେ ଲୁଟେରାଙ୍କ ଟାର୍ଗେଟରେ ଏବେ ବ୍ୟାଙ୍କ୍ ଓ ଏଟିଏମ୍ । ଗତକାଲି ବାଲିପାଟଣା ଅଞ୍ଚଳରେ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ ପରେ ଆଜି ପୁରୁଣା ଭୁବନେଶ୍ବରରେ ଏଟିଏମ୍ ଲୁଟିଛନ୍ତି ଦୁର୍ବୃତ୍ତ । ପୁରୁଣା ଭୁବନେଶ୍ବରର ଲିଙ୍ଗରାଜ ଥାନା ଅନ୍ତର୍ଗତ ହାଟସାହି ସ୍ଥିତ SBI ଏଟିଏମ ତାଡି ଦେଇଛନ୍ତି ଲୁଟେରା । ପ୍ରଥମେ ଲାଇଟରେ ବ୍ଲାକ ସ୍ପ୍ରେ ମାରି ଅନ୍ଧାର କରିବା ପରେ ଏଟିଏମ ତାଡିବା ସହ କଟର ମେସିନରେ ଏଟିଏମ କ୍ୟାସବକ୍ସ କାଟି ଥିଲେ ଏବଂ କ୍ୟାସ ଟ୍ରେ ରୁ କ୍ୟାସ ନେଇ ଛୁ ମାରିଛନ୍ତି ଲୁଟେରା । ଘଟଣା ସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି  । 

ଏହା ମଧ୍ୟ ପଢନ୍ତୁ...ଏଟିଏମରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ବର ଡିସିପି ଘଟଣାସ୍ଥଳରେ ପହଂଚି ଏହି ଲୁଟ ଘଟଣାର ବିଭିନ୍ନ ଦିଗକୁ ଧ୍ୟାନରେ ରଖି ତଦନ୍ତ ଚାଲିଛି ବୋଲି କହିଛନ୍ତି । ତେବେ ଜନଗହଳି ପୂର୍ଣ୍ଣ ଲିଙ୍ଗରାଜ ମନ୍ଦିର ଠାରୁ ଅଳ୍ପ ଦୂରରେ ଥିବା ଏହି ଏଟିଏମରେ ଲୁଟ ଘଟଣା କମିଶନରେଟ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବରୁ ଇନଫୋସିଟି ଥାନା ଅଧୀନରେ ଥିବା ପଟିଆ ଅଞ୍ଚଳରେ ମଧ୍ୟ କିଛି ଦିନ ତଳେ ଏଟିଏମ୍ ଲୁଟର ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣା ପଛରେ ବାହାର ରାଜ୍ୟର ଲୁଟେରା ଗ୍ୟାଙ୍ଗର ହାତ ଥିବା ନେଇ ପୋଲିସ ସନ୍ଦେହ କରୁଛି  । 

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.