ନା ଶୁଣୁଛନ୍ତି ସରକାର ନା ଶୁଣୁଛି ପ୍ରଶାସନ, ପୂରଣ ହେଉନି ପାଚିକା ଓ ସହାୟିକାଙ୍କ ଦାବି

By ETV Bharat Odisha Team

Published : Sep 15, 2023, 8:45 PM IST

thumbnail

ବାଲେଶ୍ୱର: ଦୀର୍ଘଦିନ ହେଲା ଧାରଣା କିମ୍ବା ବିକ୍ଷୋଭ ପରେ ବି ତୁଟୁନି ପାଚିକା ଓ ସହାୟିକା ମାନଙ୍କ ସମସ୍ୟା ଓ ପୂରଣ ହେଉନି ସେମାନଙ୍କ ଦାବି। ଯାହାକୁ ନେଇ ପାଚିକା ଓ ସହାୟିକାମାନଙ୍କ ମଧ୍ୟରେ ଦେଖା ଦେଉଛି ଅସନ୍ତୋଷ । ନିଜର ସମସ୍ୟା ସମ୍ପର୍କରେ ବାରମ୍ବାର ସରକାରଙ୍କ ପାଖରେ ଗୁହାରି ଜଣାଇଥିଲେ ମଧ୍ୟ କୌଣସି ଦାବି ପୂରଣ ହେଉ ନଥିବା ଅଭିଯୋଗ ହୋଇଛି । ଏନେଇ ପାଚିକା ଓ ସହାୟିକା ସଙ୍ଘ ପକ୍ଷରୁ ବାଲେଶ୍ଵର ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ପାଚିକା ଓ ସହାୟିକା ସଂଘ ବିଶାଳ ଶୋଭାଯାତ୍ରାରେ ରେଳ ଷ୍ଟେସନ ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପାଚିକା ଓ ସହାୟିକା ମାନଙ୍କ ଦାବି ଅନୁସାରେ ସେମାନଙ୍କ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା ପ୍ରଦାନ କରିବା, ୧୨ ମାସ ଦରମା ଦେବା, ବର୍ଷକୁ ୨ଟି ଶାଢି ପ୍ରଦାନ କରିବା, ପ୍ରଭିଡେଣ୍ଟ ଫଣ୍ଡ ଆକାଉଣ୍ଟ ଖୋଲିବା, ଛୋଟେଇ ହୋଇଥିବା ପାଚିକା ମାନଙ୍କୁ ପୁନଃ ନିଯୁକ୍ତି କରାଇବା, ୨୮ ମାସର ବକେୟା ଭତ୍ତାରୁ ଯେଉଁମାନେ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ତୁରନ୍ତ ପ୍ରଦାନ କରିବା ଭଳି ଦାବି ଉପସ୍ଥାପନ କରିବା ସହ ଏହି ସମ୍ପର୍କିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି ।

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.