Heavy Rainfall in Odisha: ପ୍ରବଳ ବର୍ଷାରେ ବେହାଲ ସାରା ରାଜ୍ୟ, ବିପଦ ସଙ୍କେତ ଉପରେ ଅଧିକାଂଶ ନଦୀ

By

Published : Aug 2, 2023, 8:30 PM IST

thumbnail

ଭୁବନେଶ୍ବର: ଅସରାଏ ବର୍ଷାରେ ବେହାଲ୍‌ ହୋଇଛି ପୂୁରା ରାଜ୍ୟ  । ରାଜଧାନୀରେ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ବିପର୍ଯ୍ୟସ୍ତ ଡ୍ରେନେଜ୍‌ ବ୍ୟବସ୍ଥା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ରାଜଧାନୀବାସୀ । ଖାଲି ରାଜଧାନୀ ନୁହେଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାର ବିଭୀଷିକା ଜାରି ରହିଛି । ଅନେକ ନଦୀ ଜଳ ଏବେ ବିପଦ ସଙ୍କେତ ଉପରେ ବୋହୁଛି । ଇନ୍ଦ୍ରଦେବଙ୍କ ପ୍ରକୋପରୁ ବର୍ତ୍ତିବା ରାଜ୍ୟବାସୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି । ଏଭଳି ସ୍ଥିିତିରେ ପ୍ରଶାସନ ପାଖରେ ମୁଣ୍ଡରେ ହାତ ଦେଇ ବସିବା ଛଡ଼ା କିଛି ରାସ୍ତା ନାହିଁ  । ସେପଟେ ରାଜ୍ୟବାସୀଙ୍କ ଦୁର୍ଦ୍ଦଶା ଦୁଇଗୁଣା ହେବାରେ ଲାଗିଛି । କେଉଁଠି ଦସ୍ତାବିଜ ଭାସି ଗଲାଣି ତ କେଉଁଠି ଘର ଭାଙ୍ଗି ଲୋକଙ୍କୁ ବେଘର କରିଛି ବର୍ଷା  । ସେହିଭଳି ଅନେକ ରାସ୍ତା ଧୋଇ ହୋଇ ଯାଇଛି । ଜଳବନ୍ଦୀ ହୋଇ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି । ଏମାନଙ୍କ ନିକଟରେ ପହଞ୍ଚି ସହାୟତା ଯୋଗାଇ ଦେବା ବି ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି  । ଏବେ ବର୍ଷାକୁ ନେଇ ପାଣପାଗ ବିଭାଗ ୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ମଧ୍ୟ ଜାରି କରିଛି । ଏଣୁ ବନ୍ୟା ଆଶଙ୍କା ବି କରାଯାଉଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.