ମଙ୍ଗଳମୟ ହେବ ଦିନ, ଦର୍ଶନ କରନ୍ତୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ

By

Published : Jul 25, 2023, 6:56 AM IST

thumbnail

ପୁରୀ: ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ସେ ଜଗତର ନାଥ ଜଗନ୍ନାଥ, କୋଟି ଓଡିଆଙ୍କ ମଉଡ଼ମଣି । କିଏ ତାକୁ କାଳିଆ ସାଆନ୍ତ ବୋଲି ଡାକେ ତ ପୁଣି କିଏ ଡାକେ ଜଗା । ତାର କଳା ଶ୍ରୀମୁଖ ଦେଖିବାକୁ କାହିଁ କେତେ ଦୂରରୁ ଧାଇଁ ଆସିଥାଏ ଭକ୍ତ ଟିଏ ଶ୍ରୀମନ୍ଦିରକୁ । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ ପ୍ରତ୍ୟେକ ଦିନ ହୋଇଥାଏ ମଙ୍ଗଳ ଆଳତୀ । ସବୁ ଦିନ ପରି ଆଜି ମଧ୍ୟ ଦ୍ବାରଫିଟା ନୀତି ସମ୍ପନ୍ନ ପରେ ସେବାୟତଙ୍କ ଦ୍ବାରା ନୀତି ଅନୁସାରେ ଘଣ୍ଟଘଣ୍ଟା, ଶଙ୍ଖନାଦ ଦୀପ ଓ ମନ୍ତ୍ରୋଚାରଣ କରାଯାଇ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଛି । ପ୍ରଭାତରୁ ଦର୍ଶନ କରନ୍ତୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ । ଏହି ଆଳତୀ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ସକାଳୁ ସକାଳୁ ଏହି ଆଳତୀ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ଼ ଜମିଥାଏ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.