ଅଣସରରେ ମହାପ୍ରଭୁ, ଦର୍ଶନ କରନ୍ତୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତୀ

By

Published : Jun 15, 2023, 7:01 AM IST

thumbnail

ପୁରୀ: ଆଜି ଶ୍ରୀଜିଉଙ୍କ ଅନବସରର ଦ୍ବାଦଶ ଦିବସ । ବୁଧବାର ଖଳିଲାଗି ଏକାଦଶୀ ତିଥିରେ  ଶ୍ରୀଜିଉଙ୍କ ନିକଟରେ ଖଳିଲାଗି ସହ ସୁବାଷିତ ପୁଷ୍ପ ମଧ୍ୟ ଲାଗି କରାଯାଇଛି । ଦଶମୂଳ ମୋଦକ ସେବନ କରିବା ପରେ ଜ୍ବରରେ କମ୍ପୁଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଆଜି ଦ୍ବାଦଶ ଦିବସରେ ରାଜପ୍ରସାଦ ବିଜେ କରିବେ ଦାରୁବିଗ୍ରହ । ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି ମହାପ୍ରଭୁ । ମହାପ୍ରଭୁ ଅଣସରରେ ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଚହଳି ନାହିଁ। ତେଣୁ ସକାଳୁ ସକାଳୁ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏବେ ବ୍ରହ୍ମଗିରି ଶ୍ରଦ୍ଧାଳୁଙ୍କ ପାଇଁ ପାଲଟି ଯାଇଛି ଦ୍ବିତୀୟ ଶ୍ରୀକ୍ଷେତ୍ର । ଏଠାରେ ପ୍ରତିଦିନ ଅଲାରନାଥଙ୍କ ମଙ୍ଗଳ ଆଳତୀ ହୋଇଥାଏ । ଏହାକୁ ଦେଖିବାକୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥାଏ । ଆଜି ଭୋର ସମୟରେ ଅଲାରନାଥଙ୍କ ଦ୍ବାର ଫିଟା ଯାଇ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଛି । ଆଳତୀ ଦେଖିବାକୁ ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.