ଅଣସରରେ ମହାପ୍ରଭୁ, ଦର୍ଶନ କରନ୍ତୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତୀ

By

Published : Jun 11, 2023, 7:00 AM IST

thumbnail

ପୁରୀ: ଦେବସ୍ନାନ ପୂର୍ଣ୍ଣମୀରେ 108 ଗରା ସୁବାସିତ ଗରାରେ ସ୍ନାନ କରିବା ପରେ ଜ୍ବରରେ ପୀଡିତ ମହାପ୍ରଭୁ । ଅଣସରରେ ଦଇତାପତି ସେବକ ମାନେ ମହାପ୍ରଭୁଙ୍କ ଗୁପ୍ତ ସେବା କରୁଛନ୍ତି । ଅନବସରର ଷଷ୍ଠ ଦିନରେ ମହାପ୍ରଭୁଙ୍କୁ ଓଷ ଲାଗି କରାଯାଇଛି । ଆସନ୍ତା ତିନିଦିନ ଧରି ଏହା ଚାଲିବ । ଆଜି ଅନବସରର ସପ୍ତମ ଦିନ । ମହାପ୍ରଭୁ ଅଣସରରେ ଥିବାରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ସମାଗମ ନାହିଁ । ତେଣୁ ସକାଳୁ ସକାଳୁ ପ୍ରଭୁ ଅଲାରନାଥଙ୍କ ମନ୍ଦିରକୁ ଭକ୍ତଙ୍କ ଛୁଟିଛି । ଏଠାରେ ପ୍ରତିଦିନ ଅଲାରନାଥଙ୍କ ମଙ୍ଗଳ ଆଳତୀ ହୋଇଥାଏ । ଏହାକୁ ଦେଖିବାକୁ ମନ୍ଦିରରେ ଭକ୍ତଙ୍କ ଗହଳି ହୋଇଥାଏ । ସବୁଦିନ ପରି ଆଜି ମଧ୍ୟ ଭୋର ସମୟରେ ମନ୍ଦିରରେ ଅଲାରନାଥଙ୍କ ଦ୍ବାର ଫିଟା ଯାଇଥିଲା । ପରେ ସେବାୟତଙ୍କ ଦ୍ବାରା ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଥିଲା । ଆଳତୀ ଦେଖିବାକୁ ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.