ଆଜି ଅନବସରର ଷଷ୍ଠ ଦିନ, ଦର୍ଶନ କରନ୍ତୁ ଅଲାରନାଥଙ୍କ ମଙ୍ଗଳ ଆଳତୀ

By

Published : Jun 9, 2023, 6:58 AM IST

Updated : Jun 9, 2023, 7:11 AM IST

thumbnail

ପୁରୀ: ଆଜି ଶ୍ରୀଜିଉଙ୍କ ଅନବସରର ଷଷ୍ଠ ଦିନ । ଜ୍ଵରରେ ଆକ୍ରାନ୍ତ ହୋଇଥିବାରୁ ଗୁପ୍ତ ସେବା କରୁଛନ୍ତି ସେବକ । ଠାକୁରଙ୍କ ଶ୍ରୀଅଙ୍ଗରେ ଆଜି ଲାଗି ହେବ ଫୁଲୁରି ତେଲ । ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ମହାପ୍ରଭୁ । ତେଣୁ ସୁସ୍ଥ ହେବାପାଇଁ ଅଣସର ପିଣ୍ଡିରେ ଆଜି ମହାପ୍ରଭୁଙ୍କୁ ଫୁଲୁରି ତେଲ ଲଗାଯିବ । ମହାପ୍ରଭୁ ଅଣସରରେ ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ କୋଳାହଳ ନାହିଁ । ତେଣୁ ସକାଳୁ ସକାଳୁ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏଠାରେ ପ୍ରତିଦିନ ଅଲାରନାଥଙ୍କ ମଙ୍ଗଳ ଆଳତୀ ହୋଇଥାଏ । ଏହାକୁ ଦେଖିବାକୁ ମନ୍ଦିରରେ ଭକ୍ତଙ୍କ ଗହଳି ହୋଇଥାଏ । ସବୁଦିନ ପରି ଆଜି ମଧ୍ୟ ଭୋର ସମୟରେ ଅଲାରନାଥଙ୍କ ଦ୍ବାର ଫିଟା ଯାଇ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଛି । ଆଳତୀ ଦେଖିବାକୁ ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା ।

ଇଟିଭି ଭାରତ,ପୁରୀ

Last Updated : Jun 9, 2023, 7:11 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.