ଅଣସରରେ ମହାପ୍ରଭୁ, ଦର୍ଶନ କରନ୍ତୁ ଅଲାରନାଥଙ୍କ ମଙ୍ଗଳ ଆଳତୀ

By

Published : Jun 8, 2023, 6:46 AM IST

thumbnail

ପୁରୀ: ଆଜି ଶ୍ରୀଜିଉଙ୍କ ଅନବସରର ପଞ୍ଚମ ଦିବସ । ଜ୍ଵରରେ ଆକ୍ରାନ୍ତ ହୋଇଥିବାରୁ ଗୁପ୍ତ ସେବା କରୁଛନ୍ତି ଦଇତାପତି ସେବକ । ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି ମହାପ୍ରଭୁ । ତେଣୁ ସୁସ୍ଥ ହେବାପାଇଁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତସେବା । ମହାପ୍ରଭୁ ଅଣସରରେ ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ କୋଳାହଳ ନାହିଁ । ତେଣୁ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏବେ ବ୍ରହ୍ମଗିରି ଶ୍ରଦ୍ଧାଳୁଙ୍କ ପାଇଁ ପାଲଟି ଯାଇଛି ଦ୍ବିତୀୟ ଶ୍ରୀକ୍ଷେତ୍ର । ଏଠାରେ ପ୍ରତିଦିନ ଅଲାରନାଥଙ୍କ ମଙ୍ଗଳ ଆଳତୀ ହୋଇଥାଏ । ଏହାକୁ ଦେଖିବାକୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥାଏ । ଆଜି ଭୋର ସମୟରେ ଅଲାରନାଥଙ୍କ ଦ୍ବାର ଫିଟା ଯାଇ ମଙ୍ଗଳ ଆଳତୀ, ଅବକାଶ, ମଇଲମ ନୀତି ପରେ ଚନ୍ଦନ ତୁଳସୀ ଲାଗି ନୀତି ସମ୍ପନ୍ନ ହୋଇଛି । ଏହାପରେ ଅଲାରନାଥଙ୍କ ମଙ୍ଗଳ ଆଳତୀ ହୋଇଥିଲା । ଆଳତୀ ଦେଖିବାକୁ ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା ।

ଇଟିଭି ଭାରତ,ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.