ଚର୍ଚ୍ଚାରେ ବୌଦ୍ଧର ଗୁପଚୁପ ବିକାଳି: ଗୀତ ଗାଇ ବିକୁଛନ୍ତି ଖାଦ୍ୟ, ପକ୍ଷୀଙ୍କ ଅବିକଳ ସ୍ବର କରୁଛନ୍ତି

By

Published : Aug 19, 2023, 1:37 PM IST

thumbnail

ବୌଦ୍ଧ: ବିଦ୍ୟାଳୟର ହତା ମାଡ଼ି ନାହାନ୍ତି, ହେଲେ ତାଙ୍କ କଣ୍ଠରୁ ଝରୁଛି ଅଜସ୍ର କାବ୍ୟ କବିତା । ଲୋକବାଦ୍ୟ ବଜାଇବା ସାଙ୍ଗକୁ ପଶୁପକ୍ଷୀଙ୍କ ଅବିକଳ ସ୍ବର କରିବାରେ ବି ମାହିର୍ ସେ । ତାଙ୍କ ସୁମଧୁର ସ୍ବରର ସମସ୍ତେ ଫ୍ୟାନ । ଗୀତ ଗାଇ କେତେବେଳେ ଗୁପଚୁପ ତ ପୁଣି କେତେବେଳେ ଆଇସକ୍ରିମ, ପାଉଁରୁଟି ବିକ୍ରି କରୁଛନ୍ତି । ଗାଁ ଦାଣ୍ଡରେ ତାଙ୍କର କଣ୍ଠସ୍ବର ଶୁଭିବା ମାତ୍ରେ ଧାଇଁ ଆସନ୍ତି ସମସ୍ତେ  । ଏଭଳି ଜଣେ ବିରଳ ପ୍ରତିଭା ହେଉଛନ୍ତି ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀପାଲି ପଞ୍ଚାୟତ ଅନ୍ତର୍ଗତ ପିଙ୍ଗଲାବେଡା ଗ୍ରାମର ଦୁର୍ଯୋଧନ ସାହୁ  । ତାଙ୍କର ଗୀତ ଗାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି  । 

ଏହାମଧ୍ୟ ପଢନ୍ତୁ: ଧାରା ଶ୍ରାବଣରେ ଧରା ଦେଉନି ବର୍ଷା, ଗୀତରେ ଅକୁହା କଥା ବଖାଣିଲେ ଚଷା ପୁଅ

୫ ଝିଅ, ଗୋଟିଏ ପୁଅ ଓ ସ୍ତ୍ରୀକୁ ନେଇ ଦୁର୍ଯୋଧନ ସାହୁଙ୍କ ତେଲ ଲୁଣର ସଂସାର । ଗରିବ ହୋଇଥିଲେ ହେଁ ତାଙ୍କର ଟିକିଏ ଅନୁଶୋଚନା ନାହିଁ । ସେ ଦସ୍ତଖତ ଦେଇ ଜାଣିନଥିବା ବେଳେ ତାଙ୍କର ଅନ୍ତର୍ନିହିତ କଳା ଯୋଗୁଁ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି ।  ବିଭିନ୍ନ ଲୋକଗୀତ, ପଶୁପକ୍ଷୀଙ୍କ ସ୍ବର, ଚୁଟକୁଚୁଟା ଓ ଲକ୍ଷ୍ମୀ ପୁରାଣ ନାଟକକୁ ସେ ସମ୍ପୂର୍ଣ୍ଣ ମୁଖସ୍ଥ କରିଛନ୍ତି । ବୌଦ୍ଧ ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଋତୁକାଳୀନ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଥାନ୍ତି ଦୁର୍ଯୋଧନ ।

ଗାଁ ଦାଣ୍ଡରେ ପହଞ୍ଚିବା ମାତ୍ରେ ତାଙ୍କର ଗୀତ ଶୁଣି ଧାଇଁ ଆସିଥାନ୍ତେ ଲୋକେ । ତାଙ୍କର ଖାଦ୍ୟ ପସରା ସ୍ଥାନରେ ଛାତ୍ରଛାତ୍ରୀ ଓ ଲୋକଙ୍କ ପ୍ରବଳ ଭିଡ ହୁଏ । ସେ ଦାସକାଠିଆ ବଜାଇ ଗୁପଚୁପ ବିକ୍ରି କରିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏଭଳି ଜଣେ କଳାକାରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏନେଇ ଦୁର୍ଯୋଧନଙ୍କ ସହ ଆଲୋଚନା କରିଛନ୍ତି ଆମର ବୌଦ୍ଧ ପ୍ରତିନିଧି  । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.