ବନ୍ୟା ପରିସ୍ଥିତି, ଉଦ୍ଧାର ହେଲେ ଜଳବନ୍ଦୀ ବାବା

By

Published : Aug 18, 2022, 10:05 PM IST

Updated : Feb 3, 2023, 8:26 PM IST

thumbnail

ନୟାଗଡ଼: ବାହ୍ୟ ଜଗତରୁ ବିଛିନ୍ନ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ମଣିପୁର ଗାଁ l 4 ଦିନ ଧରି ମଣିପୁର ଗାଁ ଜଳାର୍ଣ୍ଣବ ହୋଇ ରହିଥିବା ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି l ଗାଁ ରାସ୍ତାର 15 ଫୁଟ ଉଚ୍ଚରେ ପାଣି ରହିଥିବା କାରଣରୁ ଗୋଟିଏ ଡ଼ଙ୍ଗା ଏବଂ ବୋଟ ମାଧ୍ୟମରେ ଲୋକେ ଯାତାୟାତ କରୁଛନ୍ତି l ଏନେଇ ଭାପୁର ବ୍ଲକ ପ୍ରଶାସନ ତରଫରୁ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ସେପଟେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ମଣିଭଦ୍ରା ନିକଟ କଳାପାଟ ମନ୍ଦିରକୁ ପୂଜା କରିବାକୁ ଯାଇ ଫସି ରହିଥିବା ବାବାଙ୍କୁ ଉଦ୍ଧାର କରିଛି ଓଡ୍ରାଫ ଟିମ । ଉଦ୍ଧାର ହୋଇଥିବା ବାବା ଜଣକ ହେଲେ ସଦା ବାବା ବୋଲି ଜଣା ପଡିଛି l ଏଥିସହ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଗଣିଆ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.