ତାଣ୍ଡବ ରଚିଲା ବାତ୍ୟା ମିଗଜୋମ; ପ୍ରଶାସନ ପ୍ରସ୍ତୁତ, ମାଲକାନଗିରିରେ ୩ଟି ଓଡ୍ରାଫ ଟିମ୍ ମୁତୟନ

By ETV Bharat Odisha Team

Published : Dec 5, 2023, 4:07 PM IST

thumbnail

ମାଲକାନଗିରି: ବାତ୍ୟା ମିଗଜୋମ ସ୍ଥଳଭାଗ ମୁହାଁ ହବାପରେ ମାଲକାନଗିରି, କୋରାପୁଟଓ ରାୟଗଡା ଜିଲ୍ଲା ଗୁଡିକୁ ୟେଲୋ ୱାର୍ନିଂ ସୂଚନା ଦେଇଛି ପାଣିପାଗ ବିଭାଗ । ଏହାକୁ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ସମସ୍ତ ପ୍ରାକ ପ୍ରସ୍ତୁତି ସାରି ସଜାଗ ରହିଥିବା ସୂଚନା ଦେଇଛନ୍ତି  ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ । ଆଜି ସକାଳୁ ଆକାଶ ମେଘାଛିନ୍ନ ରହିବା ସହ ସ୍ଥାନେ ସ୍ଥାନେ ଝିପିଝିପି ବର୍ଷା ହଉଥିବା ଦେଖିବାକୁ ମିଳିଛି । ଗତକାଲି ରାତିରେ କୋରାପୁଟ୍ ଠାରୁ ଓଡ୍ରାଫର ୩ଟି ଟିମ୍ ମାଲକାନଗିରି ଜିଲ୍ଲା ପହଞ୍ଚିବା ପରେ ବିପଦ ଶଙ୍କୁଳ ଅଞ୍ଚଳ ଅନୁମାନ କରାଯାଉଥିବା କାଲିମେଳା ବ୍ଲକର ମୋଟୁ , ପଡିଆ ବ୍ଲକର ଗିରକନପାଲ୍ଲି ଓ ମାଥିଲି ବ୍ଲକର ଧୁଙ୍ଗିଆପୁଟ୍ ଅଞ୍ଚଳ କୁ ସେମାନଙ୍କୁ ପଠାଯାଛି ।  

ଏହା ମଧ୍ୟ ପଢନ୍ତୁ... ଲ୍ୟାଣ୍ଡଫଲ୍‌ କରୁଛି ବାତ୍ୟା ମିଗଜୋମ୍, ରାତି ସୁଦ୍ଧା ଖସିବ ବଳ

ଏହା ସହ ଜିଲ୍ଲାର ସମସ୍ତ ତହସିଲଦାର,ବିଡିଓ ମାନଙ୍କୁ ସଜାଗ୍ ରହିବାପାଇଁ ନିର୍ଦ୍ଦେଶ ଦିଆଯିବା ସହ ଚାଷୀମାନେ ସେମାନଙ୍କ ଅମଳ କରିଥିବା ଧାନ ଗୁଡିକ କିଭଳି ସୁରକ୍ଷିତ ରଖିବେ ସେଥିପାଇଁ କୃଷି ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି  । ଏଥିସହ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀମାନଙ୍କ ଛୁଟିକୁ ରଦ୍ଦ କରାଯାଇଥିବା ବେଳେ ଅଗ୍ନିଶମ ବିଭାଗର କର୍ମଚାରୀମାନେ, ସ୍ବାସ୍ଥ୍ୟବିଭାଗ କର୍ମଚାରୀ, ପଶୁ ସମ୍ପଦ ବିଭାଗର କର୍ମଚାରୀ ,ଆରାଇ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ନିଜନିଜ ଅଞ୍ଚଳରେ ସଜାଗ ଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ  ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.