ଶକ୍ତିପୀଠରେ ସପ୍ତମୀ ପୂଜା, ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ମା' ଗଡ଼ଚଣ୍ଡୀ

By ETV Bharat Odisha Team

Published : Oct 20, 2023, 6:22 PM IST

thumbnail

କଟକ: ଶାରଦୀୟ ଦୁର୍ଗାପୂଜା ପାଇଁ କଟକର ବିଭିନ୍ନ ଶକ୍ତି ପୀଠ ଚଳଚଞ୍ଚଳ ରହିଛି । ମା' ଗଡ଼ଚଣ୍ଡୀ ଆଜି ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିବାବେଳେ ହୋମ ଯଜ୍ଞ, ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ଏନେଇ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ବର୍ଷକରେ ଥରେ ମା'ଙ୍କର ଏହି ଦୁର୍ଲଭ ବେଶ ଦେଖି ଶ୍ରଦ୍ଧାଳୁମାନେ ଭାବବିହ୍ୱଳ ହୋଇଛନ୍ତି ।

ଏହା ବି ପଢନ୍ତୁ...ଶନିବାରଠାରୁ ଦେବୀ ଭୈରବୀଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ , ଗୁପ୍ତ ରୀତିନୀତିରେ ଚାଲିଛି ପୂଜା

କଟକର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ଚାଲିଛି ନବରାତ୍ର ପୂଜା । ଧୂପ ଦୀପ ଆଳତିରେ ପ୍ରକମ୍ପିତ ହେଉଛି ମା' ଗଡ଼ଚଣ୍ଡୀଙ୍କ ମନ୍ଦିର । ମା'ଙ୍କ ଦର୍ଶନ ପାଇଁ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼ ଜମୁଛି । ନବରାତ୍ର ପୂଜା ଆରମ୍ଭ ହେବାଠାରୁ କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କୁ ଏକ ଭିନ୍ନ ବେଶରେ ଦର୍ଶନ କରି ଭାବବିହ୍ୱଳ ହେଉଛନ୍ତି ଭକ୍ତ । ଘଣ୍ଟ ନାଦରେ କମ୍ପୁଛି ମନ୍ଦିର ପରିସର । ଏହି ପବିତ୍ର ବେଶ ସମୂହ ମୂଳା ଅଷ୍ଟମୀଠାରୁ ଆରମ୍ଭ ହୋଇ ମା'ଙ୍କ ବିସର୍ଜନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଏ । ଶେଷ ଦିନରେ ମାଆ ମହିଷାମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

ଇଟିଭି ଭାରତ,କଟକ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.