ମହାକାଳୀ ବେଶରେ ଦର୍ଶନ ଦେଲେ ମା’ କଟକ ଚଣ୍ଡୀ

By ETV Bharat Odisha Team

Published : Oct 21, 2023, 7:57 PM IST

thumbnail

କଟକ: ଶାରଦୀୟ ଦୁର୍ଗାପୂଜା ପାଇଁ କଟକର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଶରତ କାଳୀନ ଷୋହଳ ଦିନାତ୍ମକ ବେଶରେ ଦର୍ଶନ ଦେଉଛନ୍ତି ମା’ । ଆଜି ପୀଠରେ ଅଷ୍ଟମୀ । କଟକର ଆରାଧ୍ୟ ଦେବୀ ମା’ କଟକ ଚଣ୍ଡୀ ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ପହଡ଼ ଫିଟିବା ମାତ୍ରେ ଶ୍ରଦ୍ଧାଳୁ ମାନେ ଭାବବିହ୍ବଳ ହୋଇ ପଡ଼ିଥିଲେ। ମା’ କଟକ ଚଣ୍ଡୀଙ୍କ ପୀଠରେ ଆଜି ଭକ୍ତମାଙ୍କର ଖଚାଖଚ ଭିଡ଼ ହୋଇଥିଲା। ହୋମ ଯଜ୍ଞ , ଚଣ୍ଡୀପାଠରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ବର୍ଷକରେ ଥରେ ମା ଙ୍କର ଏହି ଦୁର୍ଲଭ ବେଶ ଦେଖି ଶ୍ରଦ୍ଧାଳୁ ମାନେ ଭାବ ବିହ୍ବଳ ହୋଇଛନ୍ତି। କଟକର ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା ଚାଲିଛି। ଧୂପ ଦୀପ ଆଳତିରେ ପ୍ରକମ୍ପିତ କଟକ ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ମନ୍ଦିର । ମନ୍ଦିର ପରିସରରେ ଲାଗିଛି ଭକ୍ତଙ୍କ ଭିଡ଼ । ନବରାତ୍ର ପୂଜା ଚାଲୁ ଥିବାରୁ କଟକ ଚଣ୍ଡୀ ଓ ଗଡ଼ ଚଣ୍ଡୀଙ୍କୁ ଏକ ଭିନ୍ନ ବେଶରେ ଦେଖିବାକୁ ପାଉଛନ୍ତି ଭକ୍ତ । ଦୁର୍ଗାପୂଜା ଅବସରରେ ମା ଚଣ୍ଡୀଙ୍କ ନିକଟରେ ନବରାତ୍ର ପୂଜା ଚାଲିଛି । ଘଣ୍ଟ ଘଣ୍ଟିର ନାଦରେ କମ୍ପୁଛି ମନ୍ଦିର ପରିସର । ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତ ମାନେ ଆସି ମାଆଙ୍କ ଦର୍ଶନ କରିଛନ୍ତି। ଏହାସହିତ ଷୋଡଶ ଉପଚାର ରେ ମହାକାଳୀ ବେଶକୁ ଦେଖିବା ପାଇଁ ମନ୍ଦିର ପରିସରରେ ପ୍ରବଳ ଭିଡ ଜମିଥିଲା । ଏହି ପବିତ୍ର ବେଶ ସମୂହ ମୂଳା ଅଷ୍ଟମୀ ଠାରୁ ଆରମ୍ଭ ହୋଇ ମାଆଙ୍କ ବିସର୍ଜନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ଶେଷ ଦିନରେ ମାଆ ମହିଷା ମର୍ଦ୍ଦିନୀ ବେଶରେ ଭକ୍ତକୁ ଦର୍ଶନ ଦେବା ସହ ମହିଷାସୁରକୁ ବଧ କରିଥାନ୍ତି ବୋଲି ଲୋକଙ୍କ ମନରେ ବିଶ୍ବାସ ରହିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.