Durga Puja 2023: ଚଳଚଞ୍ଚଳ ସମ୍ବଲପୁର, ମଣ୍ଡପରେ ମା'ଙ୍କ ସପ୍ତମୀ ପୂଜା

By ETV Bharat Odisha Team

Published : Oct 21, 2023, 5:23 PM IST

thumbnail

ସମ୍ବଲପୁର: ଆଜି ହେଉଛି ମା' ଦୁର୍ଗାଙ୍କ ସପ୍ତମୀ ପୂଜା । ବହୁ ଆଡ଼ମ୍ବର ସହକାରେ ଏହାକୁ ପାଳନ କରାଯାଉଥିବା ବେଳେ ଚଳଚଞ୍ଚଳ ହୋଇ ଉଠିଛି ସମ୍ବଲପୁର ସହର । ମନ୍ତ୍ରୋଚାରଣରେ ପ୍ରକମ୍ପିତ ହେଉଛି ଚାରି ଦିଗ । ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ସହରର ଧନୁପାଲି, ଗୋବିନ୍ଦତୋଳା, ଜେଲ ଛକ, ସାକ୍ଷୀପଡା, ଲକ୍ଷ୍ମୀ ଟକିଜ ଛକ, ବୁଢାରଜା, ଧୂଚୁରାପଡା, ଢୁକୁପଡା ଓ ଅଇଁଠା ପାଲି ଛକ ଦୁର୍ଗା ମଣ୍ଡପରେ ମା'ଙ୍କ ସପ୍ତମୀ ପୂଜା ଜାରି ରହିଛି । ଆଜି  ଭଉଣୀମାନେ ନିଜ ଭାଇଙ୍କ ଦୀର୍ଘାୟୁ କାମନା କରି "ଭାଇ ଯେଉଁନ୍ତିଆ" ଉପବାସ କରୁଥିବା ବେଳେ ସନ୍ଧ୍ୟାରେ ଦୁର୍ଗା ମଣ୍ଡପ ଗୁଡିକରେ ଏଥିପାଇଁ ସ୍ୱତନ୍ତ୍ର ପୂଜାର୍ଚନାର ବ୍ୟବସ୍ଥା ହୋଇଛି ।  ଆଜି ସକାଳ 7.44ରେ ଶୁଭଲଗ୍ନ ଥିବା ଏହି ସମୟରେ ସପ୍ତମୀ ଆରମ୍ଭ ହୋଇଥିଲା ଏହା ପରେ ଷୋଡଶ ଉପଚାର ପୂଜା ଓ ପାର୍ଶ୍ଵ ଦେବା ଦେବୀ ପୂଜା ହୋଇଥିଲା ।  ସନ୍ଧ୍ୟା ସମୟରେ ଚଣ୍ଡୀ ପାଠହୋମ ହେବ । ଏହା ପରେ ଅଷ୍ଟମୀ ପୂଜା ପାଇଁ ବିଧି ଆରମ୍ଭ ହେବ ।  

ଏହା ମଧ୍ୟ ପଢ଼ନ୍ତୁ...DurgaPuja Special: ସମଲେଶ୍ବରୀ ପୀଠକୁ କେମିତି ଆସିଲେ ମା’ ପାଟଣେଶ୍ବରୀ ?

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.