Strange rituals for Rain: ଗାଈ ପହ୍ନା ଦୁହିଁଲେ, ଲିଙ୍ଗ ଉପରେ ପଡିଲା କ୍ଷୀର

By

Published : Jun 26, 2023, 6:58 PM IST

thumbnail

ରାଞ୍ଚି: ବର୍ଷା ପାଇଁ ଇନ୍ଦ୍ର ଦେବତାଙ୍କୁ ଖୁସି କରାଇବା ଲାଗି ଝାଡ଼ଖଣ୍ଡ ବାବା ବାସୁକିନାଥ ଧାମରେ ଅଜବ ପରମ୍ପରା । ଏଠାରେ ସ୍ଥାନୀୟ ଶ୍ରଦ୍ଧାଳୁ ମହାଦେବଙ୍କ ବିରଳ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି । ମହାଦେବଙ୍କ ପୂଜା ଲାଗି ମନ୍ଦିରର ଗର୍ଭଗୃହରେ ପହଞ୍ଚିଥିଲେ ଗାଈ ଓ ବାଛୁରୀ । ସେଠାରେ ସିଧାସଳଖ ଗାଈ କ୍ଷୀରରେ ଭଗବାନ ଶିବଙ୍କ ଅଭିଷେକ କରାଯାଇଛି । କ୍ଷୀର ଅଭିଷେକ ସମୟରେ ପୂଜକ ମନ୍ତ୍ରପାଠ କରୁଥିଲେ । ଏହି ଅଭିଷେକର ପ୍ରାୟ ୧ ଘଣ୍ଟା ପରେ ବାସୁକିନାଥ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହୋଇଥିବା ସୂଚନା ମିଳିଛି । ଲୋକଙ୍କ ବିଶ୍ବାସ ରହିଛି ଯେ ଏଭଳି ଭାବେ ଅଭିଷେକ କରିବା ଦ୍ବାରା ଭଗବାନ ଶିବ ପ୍ରସନ୍ନ ହୋଇଯାଆନ୍ତି ଓ କଲ୍ୟାଣ ପାଇଁ ଲୋକଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି । ସୂଚନା ଥାଉ କି ଦେଶର ଅନେକ ସ୍ଥାନରେ ମୌସୁମୀ ଛୁଇଁ ବର୍ଷା ଆରମ୍ଭ ହୋଇଥିବା ବେଳେ ଡୁମକା ଜିଲ୍ଲାରେ କିନ୍ତୁ ବର୍ଷା ହେଉନଥିଲା । ଏ ନେଇ ଚାଷୀ ଓ ସ୍ଥାନୀୟ ଲୋକେ ବ୍ୟସ୍ତବିବ୍ରତ ହୋଇ ଭଗବାନ ଭୋଳାନାଥଙ୍କୁ ଆରାଧନା କରିଥିଲେ ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.