Ganesh Chaturthi:କେନ୍ଦୁଝରରେ ବିଭିନ୍ନ ସ୍ଥାନରେ ପୂଜା ପାଇଲେ ବିଘ୍ନବିନାଶକ

By ETV Bharat Odisha Team

Published : Sep 20, 2023, 7:49 AM IST

thumbnail

କେନ୍ଦୁଝର: କେନ୍ଦୁଝରରେ ବିଭିନ୍ନ ସ୍ଥାନରେ ବିଘ୍ନବିନାଶକଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅନୁଷ୍ଠାନଗୁଡିକରେ ଧୁମଧାମରେ ଗଣେଶ ଚତୁର୍ଥୀ ପାଳନ କରାଯାଇଛି । ସମସ୍ତ ପୂଜା ପେଣ୍ଡାଲରେ ସିଦ୍ଧି ବିନାୟକଙ୍କ ଦର୍ଶନ ପାଇଁ ଭକ୍ତଙ୍କ ବ୍ୟାପକ ଭିଡ ଦେଖିବାକୁ ମିଳିଛି । କେନ୍ଦୁଝରେ ସହରରେ ଚଳିତ ବର୍ଷ ପଚାଶରୁ ଉର୍ଦ୍ଧ୍ବ ମେଢ଼ ଦେଖିବାକୁ ମିଳିଛି । 

ଏହାମଧ୍ୟ ପଢନ୍ତୁ.. Ganesh Chaturthi: ରାଉରକେଲାରେ ବିଭିନ୍ନ ସ୍କୁଲ୍‌ରେ ଗଣେଶ ପୂଜା ପାଳିତ

କେନ୍ଦୁଝର ସହରର ମାଇନିଂ ସ୍ଥିତ ଗଣେଶ ପୂଜା କମିଟି, କଂଗ୍ରେସ ଅଫିସ, ପୁରୁଣା ବସଷ୍ଟାଣ୍ଡ, ଜଙ୍ଗଲ ବିଭାଗ, ସମବାୟ ବ୍ୟାଙ୍କ, କାଶିପୁର ପୂଜା କମିଟି, ଅଟୋପୁର ପୂଜା କମିଟି ଆଦି ଗୁଡିକରେ ବିଘ୍ନ ବିନାଶକଙ୍କ ପୂଜା ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ପୁରୁଣା ବସ୍‌ଷ୍ଟାଣ୍ଡ୍‌ ପୂଜା କମିଟି ପକ୍ଷରୁ ହୋଇଥିବା ଲାଇଟ୍ ଓ ସୁଉଚ୍ଚ ଗେଟ୍ ଲୋକଙ୍କ ମନ ମୋହୁଛି । ସବୁ ପୂଜା ପେଣ୍ଡାଲଗୁଡିକରେ ପ୍ରସାଦ ବଣ୍ଟନ ହୋଇଥିବା ବେଳେ ଗତକାଲି(ମଙ୍ଗଳବାର) ବର୍ଷା ସତ୍ତ୍ବେ ଭକ୍ତଙ୍କ ଜନଗହଳି ଦେଖାଯାଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.