ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇଲା କେନ୍ଦୁଝର ଜିଲ୍ଲା ପ୍ରଶାସନ

By

Published : May 5, 2023, 11:30 AM IST

thumbnail

କେନ୍ଦୁଝର: ଦିବ୍ୟାଙ୍ଗଙ୍କୁ ସହାୟତା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର । ଭତ୍ତା ବଣ୍ଟନ ସହ ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କ ଆର୍ଥିକ ମାନଦଣ୍ଡ ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି । ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାକୁ ଆହୁରି ଆଗେଇ ନେବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ଦିବ୍ୟାଙ୍ଗଙ୍କୁ ରେଟରୋ ଫିଟେଡ଼ ସ୍କୁଟର ବା ତିନି ଚକିଆ ସ୍କୁଟର ପ୍ରଦାନ କରାଯାଇଛି । ଗୁରୁବାର ସ୍ଥାନୀୟ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୯୮ ଜଣ ହିତାଧିକାରୀଙ୍କୁ ଏହି ସ୍କୁଟର ପ୍ରଦାନ କରାଯାଇଛି । 

ଏହି ସ୍କୁଟର ପାଇବା ଦ୍ୱାରା ସେମାନଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ହେବା ସହ ଅଧିକ କାର୍ଯ୍ୟକ୍ଷମ ହୋଇପାରିବେ । ଦିବ୍ୟାଙ୍ଗ ସହାୟତା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ ଏଭଳି କାର୍ଯ୍ୟ ଜାରି ରହିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ପ୍ରକାଶ କରିଛନ୍ତି । ତିନି ଚକିଆ ସ୍କୁଟର ପାଇ ବେଶ ଖୁସି ଥିବା କହିଛନ୍ତି ହିତାଧିକାରୀ । ଗୁରୁବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିବହନ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.