Karnataka Result: ବାଜି ଜିତିଲା କଂଗ୍ରେସ, ଭାବୁକ ହେଲେ- ରୋଡ ଶୋ' କଲେ ଶିବକୁମାର

By

Published : May 13, 2023, 3:13 PM IST

thumbnail

ବେଙ୍ଗାଲୁରୁ: ଆସିବାରେ ଲାଗିଛି କର୍ଣ୍ଣାଟକ ଜନାଦେଶ । ପୂର୍ବରୁ ହେଉଥିବା ଚର୍ଚ୍ଚା ଅନୁସାରେ କର୍ଣ୍ଣାଟକରେ କୌଣସି ଝୁଲା ସରକାର ନୁହେଁ ବରଂ କଂଗ୍ରେସ ପୂର୍ଣ୍ଣ ବହୁମତରେ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ମ୍ୟାଜିକ ନମ୍ବର ୧୧୩ରୁ ବହୁ ଅଧିକା ସିଟରେ କଂଗ୍ରେସ ପ୍ରାର୍ଥୀମାନେ ଆଗରେ ରହିଛନ୍ତି । ତେବେ କର୍ଣ୍ଣାଟକରେ କଂଗ୍ରେସକୁ ପ୍ରଚଣ୍ଡ ବହୁମତ ମିଳୁଥିବା ବେଳେ ଏହାକୁ ନେଇ ଭାବୁକ ହୋଇଛନ୍ତି କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଡିକେ ଶିବକୁମାର । ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ସମୟରେ ଡିକେ ଶିବକୁମାର କାନ୍ଦି ପକାଇଥିଲେ । କର୍ଣ୍ଣାଟକରେ କଂଗ୍ରେସର ବଡ଼ ବିଜୟ ପାଇଁ କଠିନ ପରିଶ୍ରମ କରିଥିବା ବରିଷ୍ଠ ନେତା ସିଦ୍ଧରମୈୟାଙ୍କ ସହ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ ଧନ୍ୟବାଦ ଦେଇଛନ୍ତି ଶିବକୁମାର । କର୍ଣ୍ଣାଟକରେ କଂଗ୍ରେସକୁ ସରକାରକୁ ଆଣିବା ପାଇଁ ସେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ କଥା ଦେଇଥିଲେ ବୋଲି କହି ସେ ଭାବୁକ ହୋଇଛନ୍ତି । ଏହା କେବଳ କଂଗ୍ରେସ ନୁହେଁ ଅଖଣ୍ଡ କର୍ଣ୍ଣାଟକର ବିଜୟ ବୋଲି ସେ କହିଛନ୍ତି । ଏହାପରେ ସେ ବେଙ୍ଗାଲୁରୁରେ ରୋଡ ଶୋ ମଧ୍ୟ କରିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.