International Yoga Day: ଶରୀର ଓ ମନକୁ ସୁସ୍ଥ ରଖେ ଯୋଗ

By

Published : Jun 21, 2023, 1:50 PM IST

thumbnail

କଟକ: ସାରା ବିଶ୍ବରେ ଜୀବନଚର୍ଯ୍ୟା ପରିବର୍ତ୍ତନ ଯୋଗୁଁ ଯେଉଁସବୁ ରୋଗ ହେଉଛି ତା'ର ନିରାକରଣର ଉପାୟ ହେଉଛି ଯୋଗ । ଯୋଗକୁ ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇ ଭାରତ ବିଶ୍ବକଲ୍ୟାଣକାରୀ ହୋଇପାରିବ । ଯୋଗ ଦ୍ବାରା ଶରୀର ଫିଟ୍ ରହିବା ସହ ରାଜଯୋଗ ଦ୍ବାରା ମନକୁ ଶାନ୍ତ ମିଳିଥାଏ । କଟକରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଏଭଳି କିଛି ମତ ରଖିଛନ୍ତି ବୁଦ୍ଧିଜୀବୀ । ସମୟ ବଦଳିବା ସହ ବଦଳିଛି ମଣିଷର ଜୀବନଚର୍ଯ୍ୟା । ଆଉ ଏହି ବଦଳୁଥିବା ଜୀବନଚର୍ଯ୍ୟା ଯୋଗୁଁ ସାରା ବିଶ୍ବରେ ରୋଗ ମାଡ଼ି ଚାଲିଛି । ଏପରି ସ୍ଥିତିରେ ଯୋଗ ମାଧ୍ୟମରେ ବିଶ୍ବକୁ ବାଟ ଦେଖାଇଛି ଭାରତ । ତେଣୁ ଆଜିର ଦିନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି । 

ଯୋଗ ଦ୍ଵାରା ଶାରିରୀକ ସୁସ୍ଥତା ଓ ରାଜଯୋଗ ଦ୍ଵାରା ମାନସିକ ସୁସ୍ଥତା ଆଣିବା ପାଇଁ ବ୍ରହ୍ମକୁମାରୀ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଛି । ଜୀବନଚର୍ଯ୍ୟା ବଦଳିବା ଯୋଗୁଁ ପ୍ରଥମେ ମାନସିକ ଅବସାଦ ଓ ଅଶାନ୍ତି ସୃଷ୍ଟି ହେଉଛି । ଏହା ଶାରିରୀକ ରୋଗର ମୂଳ କାରଣ ପାଲଟିଛି । ତେଣୁ ରାଜଯୋଗ ଦ୍ବାରା ମନ ଓ ଶରୀର ସଜାଡ଼ିବା ବର୍ତ୍ତମାନ ସମୟରେ ବଡ ଆହ୍ବାନ ବୋଲି କହିଛନ୍ତି ବୁଦ୍ଧିଜୀବୀ । ସେପଟେ କଟକ ଇଣ୍ଡୋର ଷ୍ଟାଡିୟମରେ ପତଞ୍ଜଳି ଯୋଗ ପୀଠ ପକ୍ଷରୁ ଯୋଗ ଏକ ଶିବିର ଆୟୋଜିତ ହୋଇଛି । ହରିଦ୍ଵାର ପତଞ୍ଜଳି ଯୋଗ ପୀଠର ପ୍ରଶିକ୍ଷକ ଏହି ଶିବିରରେ ଯୋଗ ପ୍ରଶିକ୍ଷଣ ଦେଇଛନ୍ତି । କେବଳ ଆଜି ଗୋଟିଏ ଦିନ ଯୋଗ କରିବା ପରିବର୍ତ୍ତେ ଯୋଗକୁ ନିଜର ନିୟମିତ ଜୀବନଚର୍ଯ୍ୟା ଭିତରେ ସାମିଲ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପ୍ରଶିକ୍ଷକ । ତେବେ ଏହି ଯୋଗକୁ ନିୟମିତ ଅଭ୍ୟାସ କରିବା ଦ୍ବାରା ଶାରୀରିକ ଓ ମାନସିକ ସ୍ତରରେ ଶାନ୍ତି ବଜାୟ ରହିବ ବୋଲି କହିଛନ୍ତି ମେୟର ସୁବାସ ସିଂ ।

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.