ଯମ ଦ୍ଵାରରୁ ଫେରି ଆସିଛି...

By

Published : Jun 3, 2023, 7:40 PM IST

thumbnail

ଭୁବନେଶ୍ବର: କରମଣ୍ଡଳର କଳା କାହାଣୀ, ଭୟଙ୍କର ଦୃଶ୍ୟ । ଚାରିଆଡ଼େ ହାହାକାରର ଚିତ୍କାର । ଯେମିତି ସେହି ମୂହୁର୍ତ୍ତ ଏକ ଅଶୁଭ ସମୟ ପାଲଟିଯାଇଥିଲା । ଏମିତି ଏକ ଟ୍ରେନ ଦୁର୍ଘଟଣା ଯାହାକି ଜୀବନ ଥିବା ଯାଏ ମାନେ ରହିଥିବ । ମରଣ ମୁଁହରୁ ଫେରି ଏକ ନୂଆ ଜୀବନ ପାଇଛନ୍ତି ବାଲେଶ୍ଵର ଲକ୍ଷ୍ମଣ ବାରିକ । ଯାହାଙ୍କର ବୟସ 65 ବର୍ଷ । ଲକ୍ଷ୍ମଣ ଚେନ୍ନାଇ ଯାଉଥିଲେ । ଟ୍ରେନରେ ଚଢିବା ପରେ କେଇ ସମୟ ମଧ୍ୟରେ ଘଟିଥିଲା ଏପରି ଘଟଣା। ଯାହା ଦେଖିଥିବା ଲୋକମାନେ କେବଳ ଏହାକୁ ଅନୁଭବ କରିପାରିବେ। ସେହି କଳା ରାତିରେ ଅନେକ ଲୋକଙ୍କ ଜୀବନ ଯାଇଛି ଆଉ ଗୁରୁତର ଆହାତ ମଧ୍ୟ ହୋଇଛନ୍ତି । ତେବେ ଶୁକ୍ରବାରର କଳା ରାତିରେ କଣ ଘଟିଥିଲା, ଏନେଇ କଣ କହିଛନ୍ତି ଲକ୍ଷ୍ମଣ ବାରିକ ଶୁଣନ୍ତୁ । ସେ କହିଛନ୍ତି ଯେ, "ଦୁର୍ଘଟଣା ପରେ ଚାରିଆଡ଼େ ହାହାକାର ଶୁଭୁଥିଲା । କିଏ କହୁଛି ବଞ୍ଚାଅ ଆଉ କିଏ ପାଣି ମାଗୁଛି । ପ୍ରଥମେ ଯେତେବେଳେ ଟ୍ରେନ ଆଉ ଏକ ଟ୍ରେନ ସହ ଧକ୍କା ହେଲା ସେହି ସମୟରେ ପ୍ରଚଣ୍ଡ ଶବ୍ଦ ଶୁଭିଲା । 

ଏହାପରେ ସଭିଏଁ ସତର୍କ ହୋଇଗଲେ । ଟ୍ରେନର କିଛି ବଗି ଦୁର୍ଘଟଣାରର ଶିକାର ହେବା ସମୟରେ ସେଠାରେ ଥିବା ଖାଇବା ଟ୍ରେ ଜୀବନ ବଞ୍ଚାଇବାରେ ସାହାଯ୍ୟ କଲା । ସେହି ଘଟଣା ବହୁତ ହୃଦୟ ବିଦାରକ ଥିଲା । ଦୁର୍ଘଟଣା ସମୟରେ ଅନେକ ଲୋକମାନେ କିଏ କେଉଁଠି ଛିଟିକି ପଡ଼ିଥିଲେ। ମୋ ଆଗରେ ହୋଇଥିଲା ଏକ ବଡ଼ ଗାତ । ସେହି ସମୟରେ ନିଃଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଥିଲା । ଯମ ଦ୍ଵାରରୁ ଫେରି ଆସିଛି ବୋଲି କହିଛନ୍ତି ।" 

ତେବେ ଲକ୍ଷ୍ମଣ ବାଲେଶ୍ବରରୁ ଚେନ୍ନାଇ ପାଇଁ ଟ୍ରେନ ଧରିଥିଲେ । ହେଲେ କେଇ ମିନିଟର ଘଟଣା ସବୁକିଛି ଛାରଖାର କରିଦେଲା । ବର୍ତ୍ତମାନ ସେ ଆହତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି  ।

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.