Independence Day2023: ଲଣ୍ଡନ ଦୂତାବାସରେ ସ୍ବାଧୀନତା ଦିବସ ପାଳନ, ଫର ଫର ଉଡିଲା ତ୍ରିରଙ୍ଗା

By

Published : Aug 15, 2023, 4:39 PM IST

thumbnail

ହାଇଦ୍ରାବାଦ: ଦେଶ ପାଳୁଛି ଗୌରବମୟ 77 ତମ  ସ୍ବାଧୀନତା ଦିବସ । ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବାଧୀନତା ଦିବସ ପାଳନକୁ ନେଇ ସାରା  ଦେଶରେ ଉତ୍ସବର ପରିବେଶ।  କାଶ୍ମୀର ଠାରୁ କନ୍ୟାକୁମାରୀ, କଚ୍ଛ ଠାରୁ କୋହିମା ଯାଏଁ ଫର ଫର ଉଡୁଛୁ ତ୍ରିରଙ୍ଗା । ପ୍ରତ୍ୟେକ ଦେଶବାସୀ ତ୍ରିରଙ୍ଗା ପତାକା ଧରି ଜାତୀୟ ସଂଗୀତର ଧୂମରେ ସ୍ବାଧୀନତା ଦିବସ ପାଳନ କରୁଛନ୍ତି । ଭାରତ ମାତା କି ଜୟ... ବନ୍ଦେ ମାତାରମ ... ଧ୍ବନିରେ ପ୍ରକମ୍ପିତ ହେଉଛି ଦେଶର ଗଗନ ପବନ । ସ୍ବାଧୀନତାର ଉତ୍ସବ ଖାଲି ଦେଶ ଭିତରେ ହେଉନାହିଁ... ଦେଶକୁ ଶାସନ କରିଥିବା ଇଂରେଜଙ୍କ  ମାଟିରେ ମଧ୍ୟ ଆଜି ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସର ଅଧିକାରୀ, କର୍ମଚାରୀଙ୍କ ସମେତ  ପ୍ରବାସୀ ଭାରତୀୟ ପାଳନ କରିଛନ୍ତି ସ୍ବାଧୀନତା ଦିବସ । ଦେଖନ୍ତୁ ଲଣ୍ଡନରୁ ଦୃଶ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.