ଜୁଡ଼ିଆ ଘାଟିରେ ଭୂସ୍ଖଳନ, ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

By

Published : Aug 3, 2023, 4:55 PM IST

thumbnail

କେନ୍ଦୁଝର: କେନ୍ଦୁଝରରେ ଆଜି ବର୍ଷା କମିଥିବା ବେଳେ ଜୁଡିଆ ଘାଟିରେ ଭୂସ୍ଖଳନ କମିନାହିଁ । ଜିଲ୍ଲାର ୪୯ ନମ୍ବର ଜାତୀୟ ରାଜପଥର ରାସ୍ତା ଉପରେ ପାହାଡରୁ ବଡବଡ ପଥର ଖଣ୍ଡ ଖସିଥିବା ଦେଖିବାକୁ ମିଳିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଗୋଟିଏ ପଟେ ଗାଡି ଚଳାଚଳ ବନ୍ଦ କରାଯାଇଛି । ଏହି ରାସ୍ତାଟି କଲିକତା ରୁ ମୁମ୍ବାଇ ଜାତୀୟ ରାଜପଥ ହୋଇଥିବାରୁ ଏହି ରାସ୍ତାଟି ସବୁ ବେଳେ ବ୍ୟସ୍ତବହୁଳ ଥାଏ । ହେଲେ ପଥର ଖସିବା କରାଣରୁ କଲିକତା ଓ ମୁମ୍ବାଇକୁ ଯାତ୍ରା କରୁଥିବା ଗାଡି ଘଣ୍ଟାଘଣ୍ଟା ଧରି ଲାଇନରେ ଠିଆ ହୋଇଛନ୍ତି । ତେବେ ପାଥର ଖସିବା ସମୟରେ ସୌଭଗ୍ୟବସତଃ କୌଣସି ଧନଜୀବନ ନଷ୍ଟ ହୋଇନଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । କ୍ରେନ ଓ ଶ୍ରମିକଙ୍କ ଦ୍ଵାରା ଉକ୍ତ ପଥର ଖଣ୍ଡ ଗୁଡିକୁ ରାସ୍ତା ଉପରୁ କାଢ଼ିବା ପାଇଁ ଜାତୀୟ ରାଜପଥ ପକ୍ଷରୁ ପ୍ରୟାସ ଜାରି ରହିଛି ।  

ସୂଚନା ଅନୁଯାୟୀ,  ଉକ୍ତ ଘାଟି ଦେଇ ପ୍ରତିଦିନ ହଜାର ହାଜର ଗାଡି ଚଳାଚଳ କରିଥାନ୍ତି । ଉକ୍ତ ଘାଟି ନିର୍ମାଣ ସମୟରୁ ଅଜି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ପଥର ଖସିବା ନେଇ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି ।  କିନ୍ତୁ  ଜାତୀୟ ରାଜପଥ ପକ୍ଷରୁ ଏହାର ନିରାକରଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା କାରଣରୁ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଫଳ ସ୍ୱରୂପ ଲଗାଣ ବର୍ଷା ହେଲେ ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡ ପଡିବାରେ ଲାଗିଛି । ଗତକାଲି(ବୁଧବାର) ମଧ୍ୟ ଏଭଳି ଭୂସ୍ଖଳନ ଯୋଗୁଁ ରାସ୍ତା ଅବରୋଧ ହୋଇଥିଲା । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.