କୋଇଲା ନଗରୀରୁ ବିଦାୟ ନେଲେ ଅଗ୍ରପୂଜ୍ୟ, ଭସାଣି ଉତ୍ସବରେ ସାମିଲ ହେଲା ୨୯ ମେଢ଼

By ETV Bharat Odisha Team

Published : Sep 29, 2023, 9:54 PM IST

thumbnail

ଅନୁଗୋଳ: ଶେଷ ହୋଇଛି ତାଳଚେରର ଗଣପର୍ବ ଗଣେଷ ପୂଜା ।  ପୂଜା ଜେଭଳି ଆକର୍ଷଣୀୟ ଥିଲା ସେଭଳି ଆକର୍ଷଣୀୟ ଥିଲା ବିସର୍ଜନ । ମେଳଣ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ୨୯ଟି ମେଢ । ୧୯ ତାରିଖରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ଗଣେଷ ପୂଜାର ମେଲାଣୀ ଉତ୍ସବ ଶେଷ ହୋଇଛି । ସହର ଗଳିକନ୍ଦି, ସାହି, ବସ୍ତି ସବୁଠି ୧୧ ଦିନ ଧରି ଗଜାନନଙ୍କୁ ମହାଆଡମ୍ବର ସହକାରେ ପୂଜା କରାଯାଇଥିଲା । ସ୍ଵତନ୍ତ୍ର ଅସ୍ଥାୟୀ ଗାଡିରେ ବିଘ୍ନ ନାଶନଙ୍କ ସୁସଜିତ ମେଢଗୁଡିକୁ ବିସର୍ଜିତ କରାଯାଇଛି ।  ପାରମ୍ପରିକ ବାଦ୍ୟ ଯେପରି ଶଙ୍ଖ , ଘଣ୍ଟ ଓ ମାଦଳର ତାଳରେ କମ୍ପି ଉଠିଥିଲା ସମଗ୍ର କୋଇଲା ନଗରି । ଏହାସହ ବିଭିନ୍ନ ରାଜ୍ୟର ଅନେକ ପାରମ୍ପରିକ ନୃତ୍ୟ ମଧ୍ୟ ଦେଖିବାକୁ ମିଳିଛି ଏହି ଶୋଭାଯାତ୍ରାରେ । ଦିନ ୧୧ ଟାରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିବ । ଭସାଣି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ କଳାକାରଙ୍କ କଳା ପଦର୍ଶନରେ ଆକର୍ଷିତ ହେଉଛନ୍ତି ଦର୍ଶକ ।  ଏହି ଭଷାଣିରେ ସାମିଲ ହୋଇ ନଥିବା ମେଢ଼ ଗୁଡିକ ରାତି ୧୦ଟା ସୁଦ୍ଧା ବ୍ରାହ୍ମଣୀ ନଦୀରେ ନିର୍ମିତ ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି । 


ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.