ଜୟଦେବ ଜେନାଙ୍କ ଘରେ ହୋଲି ଆସର, ରଙ୍ଗ ଖେଳିଲେ କଂଗ୍ରେସ ନେତା

By

Published : Mar 8, 2023, 5:13 PM IST

thumbnail

ଭୁବନେଶ୍ବର: ଚାରିଆଡେ ଜମୁଛି ରଙ୍ଗର ପର୍ବ ହୋଲି । ପଲ୍ଲୀରୁ ସହର ସବୁଆଡେ ଉତ୍ସବର ମାହୋଲ । ଏହି ଅବସରରେ ପରସ୍ପରକୁ ରଙ୍ଗ ବୋଳି ହୋଲିର ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସ ନେତା ଓ କର୍ମୀ । କଂଗ୍ରେସ ଭବନ ଠାରୁ ଆରମ୍ଭ କରି ନେତାଙ୍କ ବାସଭବନରେ ରଙ୍ଗର ଖେଳ ଚାଲିଛି । କଂଗ୍ରେସ ବିଧାୟକ ସୁର ରାଉତରାୟ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ କର୍ମୀମାନଙ୍କୁ ରଙ୍ଗ ବୋଳି ଦହିବରା ଖୁଆଇ ଆନନ୍ଦ ଉଲ୍ଲାସରେ ହୋଲି ପାଳନ କରିଛନ୍ତି । କଂଗ୍ରେସ କର୍ମୀମାନେ ଏକାଠି ହୋଇ ଏହି ଭାଇଚାରାର ପର୍ବକୁ ପାଳନ କରୁଛନ୍ତି । ସେହିପରି ଭୁବନେଶ୍ବର ଜିଲ୍ଲା କଂଗ୍ରସ କାର୍ଯ୍ୟାଳୟରେ ମଧ୍ୟ ରଙ୍ଗର ଆସର ଜମିଛି । ଏହି ଅବସରରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ କହିଛନ୍ତି, "ଭୁବନେଶ୍ବରବାସୀଙ୍କୁ ହୋଲି ଶୁଭେଚ୍ଛା । କୋଭିଡ ପାଇଁ ଗତ ୨ ବର୍ଷ ହୋଲିଖେଳ ବନ୍ଦ ଥିଲା । ଏବେ ଉପଯୁକ୍ତ ସମୟ ଆସିଛି ।" ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ବାସଭବନରେ ମଧ୍ୟ ନେତାଙ୍କ ହୋଲି ଖେଳ ଦେଖିବାକୁ ମିଳିଛି । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, "ରଙ୍ଗର ପର୍ବ ହୋଲି ସମସ୍ତଙ୍କ ଜୀବନରେ ଖୁସି ଆଣିଦେଉ । ରାଧାକୃଷ୍ଣଙ୍କ ମିଳନର ପର୍ବ ହୋଲି । ହୋଲିର ରଙ୍ଗ ସମସ୍ତଙ୍କ ଜୀବନରେ ଆନନ୍ଦ ଉଲ୍ଲାସ ଆଣିଦେଉ । ଭାରତବର୍ଷରେ ଯେଉଁଭଳି ଭ୍ରଷ୍ଟାଚାର, ଅରାଜକତା ଚାଲିଛି ତାହାର ଅନ୍ତ ହେଉ । ବିଦେଶୀ ଶକ୍ତିକୁ ପ୍ରତିହତ କରିବା ପାଇଁ ସରକାର ସକ୍ଷମ ହୁଅନ୍ତୁ । ଦେଶରେ ଶାନ୍ତି ବୃଦ୍ଧି ପାଉ । କଂଗ୍ରେସ ଆଗାମୀ ଦିନରେ ଲୋକଙ୍କ ଆସ୍ଥାଭାଜନ ହେଉ ।" ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.