ସତର୍କ କରାଇଲେ ଡାକବାଜି: ହୀରାକୁଦରୁ ଛଡାଯିବ ବର୍ଷର ପ୍ରଥମ ବନ୍ୟା ଜଳ, ପ୍ରଶାସନ ପ୍ରସ୍ତୁତ

By

Published : Jul 21, 2023, 6:22 PM IST

thumbnail

ସମ୍ବଲପୁର: ଆସନ୍ତା 23 ତାରିଖରେ ହୀରାକୁଦରୁ ଛଡା ଯିବ ଚଳିତ ମୌସୁମୀର ପ୍ରଥମ ବନ୍ୟା ଜଳ । ଏନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥିପାଇଁ ଆଜିଠୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଉଡ଼ ସ୍ପିକର ଜରିଆରେ ହୀରାକୁଦ ଓ ସମ୍ବଲପୁର ସହରରେ ସଚେତନତା କରାଯାଉଛି । ହୀରାକୁଦ ଡ୍ୟାମର ଉପର ମୁଣ୍ଡରେ ବର୍ଷା ବୃଦ୍ଧି ପାଇବାରୁ ହୀରାକୁଦର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେଣୁ ହୀରାକୁଦର ଜଳସ୍ତର ନିୟନ୍ତ୍ରଣ କରିବାକୁ ଆସନ୍ତା 23 ତାରିଖରେ ହୀରାକୁଦ ଗେଟ ଖୋଲାଯିବ । 

ଏହା ବି ପଢ଼ନ୍ତୁ 23ରେ ଖୋଲିବ ଗେଟ୍‌: ହୀରାକୁଦରୁ ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ

ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଆଦିତ୍ୟ ପଣ୍ଡା କହିଛନ୍ତି, "ଜିଲ୍ଲା ପ୍ରଶାସନର ସବୁ ପ୍ରସ୍ତୁତି ଶେଷ ହୋଇଛି । ସହରର ସମସ୍ତ ଡ୍ରେନ୍‌ଗୁଡିକର ସଫେଇ କାର୍ଯ୍ୟ ସରିଯାଇଛି । ମହାନଦୀ କୂଳ ତଥା ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ସଚେତନ ମଧ୍ୟ କରାଯାଇଛି । ସହର ଭିତରେ ଜମିଥିବା ବନ୍ୟା ପାଣି ମହାନଦୀକୁ ନିଷ୍କାସନ ପାଇଁ ବାଲିବନ୍ଧା ଓ ବିନା ଖଣ୍ଡିରେ ଥିବା ପମ୍ପ୍‌ ହାଉସଗୁଡ଼ିକ ଆଗୁଆ ପରୀକ୍ଷଣ କରାଯାଇଛି । ଏହାକ ମକ୍ ଟ୍ରାଏଲ ମଧ୍ୟ ଶେଷ ହୋଇଛି । ଏହାସହ ବନ୍ୟା ଆଶଙ୍କା ପ୍ରକାଶ ପାଉଥିବାରୁ ବନ୍ୟା ଆଶ୍ରୟସ୍ଥଳୀଗୁଡିକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରଖାଯାଇଛି । ଏଠାରେ ଲୋକଙ୍କ ପାଇଁ ବିଶ୍ରାମ ସହ, ଖାଦ୍ୟ, ପାନୀୟ ଜଳ, ବିଦ୍ୟୁତର ସବୁ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର 613.45 ଫୁଟ ରହିଛି । ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 86,992 ଘନଫୁଟ ଜଳ ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ।" 
 

ଇଟିଭି ଭାରତ, ସମ୍ବଲପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.