23ରେ ଖୋଲିବ ଗେଟ୍‌: ହୀରାକୁଦରୁ ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ

By

Published : Jul 20, 2023, 4:23 PM IST

thumbnail

ସମ୍ବଲପୁର: ଆସନ୍ତା 23ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍‌ । ଏନେଇ ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆସନ୍ତା 23 ତାରିଖ ସକାଳ 9 ଟାରେ ଚଳିତ ମୌସୁମୀ ଋତୁରେ ପ୍ରଥମ ବନ୍ୟଜଳ ମହାନଦୀର ତଳମୁଣ୍ଡକୁ ନିଷ୍କାସନ କରାଯିବ । ତେଣୁ ତଳମୁଣ୍ଡରେ ଥିବା ଜନସାଧାରଣଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟରେ ମହାନଦୀକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି କର୍ତ୍ତୃପକ୍ଷ ।  

ସୂଚନା ଅନୁଯାୟୀ, ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ଥିବାବେଳେ ବର୍ତ୍ତମାନ ଏହାର ଜଳସ୍ତର 611.52 ଫୁଟରେ ପହଁଚିଛି । ଏହି ସମୟରେ ହୀରାକୁଦ ଡ୍ୟାମ୍‌ର ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 1 ଲକ୍ଷ 40 ହଜାର 48 କ୍ୟୁସେକ୍‌ ବନ୍ୟା ଜଳ ପ୍ରବେଶ କରୁଛି । ଆଗାମୀ ଦିନରେ ଉପର ମୁଣ୍ଡରେ ବର୍ଷାର ସମ୍ଭାବନାକୁ ଆଖି ଆଗରେ ରଖି ବନ୍ୟା ପରିଚାଳନା ପାଇଁ ପ୍ରତ୍ୟେକ ବର୍ଷ ଗେଟ୍‌ ଖୋଲିବାର ନିଷ୍ପତି ନିଆଯାଇଥାଏ l ବର୍ତ୍ତମାନ ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ହୀରାକୁଦର ଜଳସ୍ତର ବୃଦ୍ଧି ଘଟିଛି  । ଏଣୁ ଗେଟ୍‌ ଖୋଲାଯିବାକୁ ନିଷ୍ପତି ନିଆଯାଇଥିବା ସୂଚନା ଦିଆଯାଇଛି l  ପ୍ରତ୍ୟେକ ବର୍ଷ ଭଳି ପାରମ୍ପରିକ ପୂଜାର୍ଚ୍ଚନା ପରେ ହୀରାକୁଦ ସହର ପଟ ନଦୀବନ୍ଧର 7 ନମ୍ବର ଗେଟ୍‌ ଯୋଗେ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.