Hirakud Dam: ବନ୍ୟାଜଳ ଦେଖିବାକୁ ହୀରାକୁଦରେ ଲୋକଙ୍କ ଗହଳି

By

Published : Jul 25, 2023, 5:32 PM IST

thumbnail

ସମ୍ବଲପୁର: ଗତ 23 ତାରିଖରେ ହୀରାକୁଦ ଡ୍ୟାମ ମହାନଦୀରେ ଛାଡିଛି ବର୍ଷର ପ୍ରଥମ ବନ୍ୟା ଜଳ । ବର୍ତ୍ତମାନ ସୁଦ୍ଧା ଡ୍ୟାମର 12 ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ କରାଯାଉଛି ।  ବର୍ତ୍ତମାନ ଜଳଭଭଣ୍ଡାରର ଜଳସ୍ତର 613.77 ଫୁଟ ରହିଛି l  ଉପରମୁଣ୍ଡରୁ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି 1ଲକ୍ଷ 38 ହଜାର 861 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ 12 ଟି ଗେଟ, କେନାଲ ଓ ପାୱାର ଚେନେଲ ଦେଇ ସେକେଣ୍ଡ ପ୍ରତି ତଲମୁଣ୍ଡ ମହାନଦୀକୁ 2 ଲକ୍ଷ 19 ହଜାର 108 କ୍ୟୁସେକ ବନ୍ୟଜଳ ନିଷ୍କାସନ ହେଉଛି l  ଗତ 23 ତାରିଖରେ ଚଳିତ ମୌସୁମୀର ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ହୀରାକୁଦ ର 5ଟି ଗେଟ ଖୋଲା ଯାଇଥିଲା । ଗତକାଲି ପୁଣି 3 ଟି ଗେଟ ଖୋଲା ଯାଇଥିବା ବେଳେ ଆଜି ପୁଣି 4 ଟି ଗେଟ ଖୋଲାଯାଇଛି । ଜଳ ନିଷ୍କାସନ ଦେଖିବାକୁ ଡ୍ୟାମ ଆଖପାଖ ଅଞ୍ଚଳରେ ଜନସାଧାରଣଙ୍କ ପ୍ରବଳ ଭିଡ ଲାଗିରହୁଛି । ଯାହାକୁ ନେଇ ପୋଲିସ ପ୍ରଶାସନ ଡ୍ୟାମ ଆଖପାଖରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.