ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

By

Published : Jun 17, 2023, 9:14 PM IST

thumbnail

ରାୟଗଡ଼ା: ବାହାନଗା ରେଳ ଦୁର୍ଘଟଣା ପରଠାରୁ ରାଜ୍ୟରେ ପ୍ରାୟ ପ୍ରତିଦିନ ଟ୍ରେନ୍‌ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ଏହାରି ଭିତରେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଅମ୍ବାଦଳା ଷ୍ଟେସନ ହାଟପଦା ନିକଟରେ ବେଦାନ୍ତ କମ୍ପାନୀକୁ ଯାଉଥିବା ଏକ ବକ୍ସାଇଟ ବୋଝେଇ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ବିଶାଖାପାଟଣାରୁ ବକ୍ସାଇଟ ନେଇ ଏକ ମାଲ ବୋଝେଇ ଟ୍ରେନ ଲାଞ୍ଜିଗଡସ୍ଥିତ ବେଦାନ୍ତ ଆଲୁମିନା ରିଫାଇନାରୀ ପ୍ଲାଣ୍ଟକୁ ଯାଉଥିଲା । ଅମ୍ବାଦଳା ରେଳ ଷ୍ଟେସନ ନିକଟରୁ ମାତ୍ର ୨୦୦ ମିଟର ଦୂରରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଯାଇଛି । କେବଳ ଅମ୍ବାଦଳା- ଲାଞ୍ଜିଗଡ଼ ଲାଇନରେ ଟ୍ରେନର ବଗି ଗୁଡିକ ଲାଇନଚ୍ୟୁତ ହୋଇଥିବା ଯୋଗୁଁ ଉକ୍ତ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେପଟେ ରାୟଗଡ଼ା- ରାୟପୁର ରେଳ ଲାଇନରେ ସମସ୍ତ ଟ୍ରେନ ଚଳାଚଳ କିନ୍ତୁ ସ୍ବାଭାବିକ ରହିଛି । ଖବରପାଇ ରେଳ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲାଇନରୁ ସେହି ବଗି ଗୁଡିକୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.