ଜି ଉଦୟଗିରି ଏବଂ ଗ୍ରେସିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମସ୍ୟା ନେଇ ବୈଠକ

By ETV Bharat Odisha Team

Published : Dec 19, 2023, 12:03 PM IST

thumbnail

ଫୁଲବାଣୀ: ଜି. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀକଲ୍ୟାଣ ସମିତିର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିପିଏଚଓ ରତିକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ଉପ ବାଚସ୍ପତି ସାଲୁଗା ପ୍ରଧାନ ବୈଠକରେ ସାମିଲ ହୋଇଥିଲେ । ଏନଏସି ଅଧ୍ୟକ୍ଷା ଦେବସ୍ମିତା ଶତପଥୀ, ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ଉପସ୍ଥିତ ରହି ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ଜି ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗ୍ରେସିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ବଜେଟ ଉପସ୍ଥାପନ କରିଥିଲେ ।  

ଏହା ମଧ୍ୟ ପଢନ୍ତୁ- ସ୍ବାସ୍ଥ୍ୟକର୍ମୀଙ୍କ ନିଆରା ପ୍ରତିବାଦ: ମାଗଣା ଚିକିତ୍ସା କରି ଦାବି କଲେ ସ୍ଥାୟୀ ଚାକିରି

ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବିଭିନ୍ନ ସମସ୍ୟା ଯଥା ଆହାର କେନ୍ଦ୍ର ନିର୍ମାଣ, ହାଇମାକ୍ସ ଲାଇଟ୍, ମେଡିକାଲ ଶୌଚାଳୟର ମରାମତି, ପାନୀୟ ଜଳ ଭଳି ସମସ୍ୟାର ସମାଧାନ ପାଇଁ ବିଧାୟକ ତଥା ଉପ ବାଚସ୍ପତି ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏଥି ସହ ଜି. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଥିବା କିଛି ଜରୁରୀ ଉନ୍ନୟନ ମୂଳକ କାର୍ଯ୍ୟ କରିବା ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ଅଧକ୍ଷା,ଏନଏସି ଅଧ୍ୟକ୍ଷା, ପି ଡବ୍ଲୁଡ଼ି ଏବଂ ପିଏଚଡି ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହ ଜି ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଥିବା କିଛି ଜରୁରୀ ଉନ୍ନୟନ ମୂଳକ କାର୍ଯ୍ୟ କରିବା ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ଅଧକ୍ଷା,ଏନଏସି ଅଧ୍ୟକ୍ଷା, ପି ଡବ୍ଲୁଡ଼ି ଏବଂ ପିଏଚଡି ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଦୁଇଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ଅଭାବ, ରକ୍ତ ଭଣ୍ଡାର, ସିକିଲସେଲ୍‌ ୟୁନିଟ୍, ସରକାରୀ ବାସଗୃହର, ଅର୍ଦ୍ଧ ନିର୍ମିତ ଥିବା ସରକାରୀ ବାସଗୃହ ନିର୍ମାଣ, ମୃତଦେହ ବ୍ୟବଚ୍ଛେଦ ଗୃହ ମରାମତି କରିବା ପାଇଁ ଉପସ୍ଥିତ କମିଟି ସଦସ୍ୟମାନେ ଦାବି କରିଥିଲେ ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.