ସ୍ବାସ୍ଥ୍ୟକର୍ମୀଙ୍କ ନିଆରା ପ୍ରତିବାଦ: ମାଗଣା ଚିକିତ୍ସା କରି ଦାବି କଲେ ସ୍ଥାୟୀ ଚାକିରି

By

Published : Nov 16, 2022, 12:42 PM IST

Updated : Feb 3, 2023, 8:32 PM IST

thumbnail

ନୂଆପଡା: ଅବହେଳିତ ଦୁର୍ଗମ ସମାଡ଼ପଦର ଗାଁରେ ମାଗଣା ଚିକିତ୍ସା ପ୍ରଦାନ କଲେ ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅର୍ଣ୍ଣଦା ଶଙ୍କର ଦାସ । ତାଙ୍କ ନେତୃତ୍ବରେ ଏକ ମେଡିକାଲ ଟିମ ପହଞ୍ଚି ମାଗଣାରେ ଚିକିତ୍ସା ଆରମ୍ଭ କରିଛନ୍ତି । ଡାକ୍ତର ଅର୍ଣ୍ଣଦା ଶଙ୍କର ଦାସ ସମେତ ଚିକିତ୍ସା ଟିମରେ ଅଛନ୍ତି ଫାର୍ମାସିଷ୍ଟ ବ୍ରଜେସ ମେହେର,ଏଏନଏମ ପୁଷ୍ପାଞ୍ଜଳି ବିଶ୍ୱାଳ,ଅଙ୍ଗନବାଡି ଓ ଆଶା ଦିଦି ସାମିଲ ଅଛନ୍ତି । ଚିକିତ୍ସା ସମୟରେ ଡାକ୍ତର ,ଏଏନଏମ, ଫାର୍ମାସିଷ୍ଟ ହଳଦିଆ ବ୍ୟାଚ ପରିଧାନ କରିଥିବା ଦେଖିବାକୁ ମିଳିଥିଲା। ତେବେ ନିକଟରେ ରାଜ୍ୟ ସରକାର 57 ହଜାର ଚୁକ୍ତି ଭିର୍ତ୍ତିକରି କର୍ମଚାରୀ ମାନଙ୍କୁ ଉଚ୍ଛେଦ କରି ରେଗୁଲାର ଚାକିରି ମାନ୍ୟତା ଦେଇଛନ୍ତି । କିନ୍ତୁ NRHM ଯୋଜନାରେ ଅନ୍ତର୍ଭୁକ୍ତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସରକାର ରେଗୁଲାର କରିନାହାଁନ୍ତି । ତେଣୁ ଏମାନଙ୍କୁ ରେଗୁଲାର କରିବା ପାଇଁ ସେମାନେ ଦାବି କରିଛନ୍ତି । ହଳଦିଆ ବେଚ ପରିଧାନ କରି ରୋଗୀ ଚିକିତ୍ସା କରିବା ସହ ଶାନ୍ତି ପୂର୍ଣ ଭାବରେ ପ୍ରତିବାଦ କରୁଥିବା ପ୍ରକାଶ କରିଛନ୍ତି । ଇଟିଭି ଭାରତ, ନୂଆପଡା

Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.