ସ୍ୱାଧୀନତା ସଂଗ୍ରାମର ସ୍ମୃତି ବଖାଣିଲେ ସଂଗ୍ରାମୀ ଭାଗିରଥି ସ୍ୱାଇଁ

By

Published : Aug 15, 2023, 8:30 PM IST

thumbnail

ଜଗତସିଂହପୁର:  77ତମ ସ୍ୱାଧୀନତା ଦିବସ ପାଳନ କରୁଛି ଦେଶ । ଏହାକୁ ନେଇ ଚଳଚଞ୍ଚଳ ହୋଇଛି ଦେଶ, ଯାହାକୁ ନେଇ ଉତ୍ସାଵ ମୁଖର ହୋଇଛି ଗାଁ ଠାରୁ ସହର । 200 ଶହ ବର୍ଷର ବ୍ରିଟିଶ ଶାସନର ପତନ ଘଟିଥିଲା ଆଜି । ଏହାକୁ ନେଇ ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାଗୀରଥି ସ୍ୱାଇଁ କହିଛନ୍ତି, ‘‘ସ୍ଵାଧୀନତା ସଂଗ୍ରାମରେ ସେ ମାତ୍ର 18 ବର୍ଷରେ ସାମିଲ ହୋଇଥିଲେ । ଗାନ୍ଧିଜୀଙ୍କ ଡାକରାରେ ସେ ଅନୁପ୍ରାଣିତ ହୋଇ ଗାନ୍ଧିଜୀଙ୍କ ବାର୍ତ୍ତା ଗାଁ ଗାଁରେ ପ୍ରଚାର କରିଥିଲେ । ଦଳଦଳ ହୋଇ ବିଭିନ୍ନ ସ୍ଥାନରେ ଇଂରାଜୀ ସରକାରଙ୍କୁ ବିରୋଧ କରିବା ସହ ଭାରତକୁ ସ୍ଵାଧୀନ କରିବାର ସ୍ୱପ୍ନ ସାକାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । 1945 ମସିହାରେ ଇଂରେଜ ସରକାରଙ୍କ ଏକ କାର୍ଯ୍ୟାଳୟ ପୋଡ଼ିବାକୁ ସଂଗ୍ରାମୀମାନେ ଏକାଠି ହୋଇଥିଲେ । ବ୍ରିଟିଶ ସରକାରଙ୍କ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ବ୍ରିଟିଶ ସରକାର ସମସ୍ତଙ୍କୁ ଗିରଫ କରିଥିଲେ । ଦେଶ ସ୍ଵାଧୀନ ହୋଇଛି । ସ୍ବାଧୀନତାର ସ୍ବାଦ କେତେ ମଧୁର ତାହା କଥାରେ କହି ହେବ ନାହିଁ ।’’ ଏହାସହିତ ମହାତ୍ମା ଗାନ୍ଧୀ, ସୁବାଷ ଚନ୍ଦ୍ର ବୋଷଙ୍କ କଥା କହୁ କହୁ ଆଖିରୁ ଲୁହ ଝରି ଆସିଥିଲା ତାଙ୍କର, ଶହେବର୍ଷ ବୟସରେ ମଧ୍ୟ ଉଚ୍ଚ ସ୍ୱରରେ କହି ପକାଉଥିଲେ ଭାରତ ମାତା କି ଜୟ.... ବନ୍ଦେ ମାତରଂ...। 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.