ମହାନଦୀରେ ଆସୁଛି ବନ୍ୟା, 6 ଜିଲ୍ଲାକୁ ଜଳ ପ୍ରଳୟ ବିପଦ !

By

Published : Aug 3, 2023, 9:18 PM IST

thumbnail

ଭୁବନେଶ୍ବର: ବର୍ଷାରେ ବୁଡ଼ିଛି ସାରା ରାଜ୍ୟ । ବଢ଼ୁଛି ବନ୍ୟା ଆଶଙ୍କା । ଦୁର୍ଦ୍ଦଶାରେ ଲୋକେ । ସମ୍ଭାବ୍ୟ ବନ୍ୟା ପାଇଁ ପୁରୀ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ରାଉରକେଲା ବ୍ରାହ୍ମଣୀ ନଦୀରେ ବି ବଢ଼ିବାରେ ଲାଗିଛି ଜଳସ୍ତର । ମନ୍ଦିରା ଡ୍ୟାମ ସମସ୍ତ ଗେଟ ଖୋଲିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି । କେନ୍ଦ୍ରାପଡା ରାଜନଗରରେ କୂଳ ଲଙ୍ଘିଛି ହଂସୁଆ ନଦୀ। ୧୫ ଦିନରେ ପାଣିରେ ଲୀନ ହେଲାଣି ୧୩୦ ଫୁଟ ମାଟି ଅତଡ଼ା । ଆତଙ୍କିତ ନଦୀ କୂଳୀଆ । କେନ୍ଦୁଝର ଜୁଡ଼ିଆ ଘାଟି ଉପରେ ପଥର ଖଣ୍ଡ ପଡ଼ି ଗାଡି ଚଳାଚଳ ବାଧାପ୍ରାପ୍ତ  । ବୌଦ୍ଧ ଜିଲ୍ଲାରେ ବନ୍ୟା ଆଶଙ୍କା ସାମୟିକ ଭାବରେ ଟଳିଛି । କିନ୍ତୁ ବର୍ଷା ଛାଡିଥିଲେ ମଧ୍ୟ ଅନେକ ତଳିଆ ଅଞ୍ଚଳରେ ବନ୍ୟାଜଳ ବର୍ତ୍ତମାନ ଛାଡି ନାହିଁ । ଅନେକ ପୋଖରୀ ଓ କେନାଲରେ ଘାଇ ସୃଷ୍ଟି ହୋଇ ଶହଶହ ଏକର ଚାଷଜମିରେ ବାଲିଚର ମାଡ଼ି ଯାଇଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.