ଉଛୁଳୁଛି ବ୍ରାହ୍ମଣୀ: ଖୋଲିଲା ମନ୍ଦିରା ଡ୍ୟାମର 9 ଗେଟ୍, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

By ETV Bharat Odisha Team

Published : Sep 24, 2023, 4:49 PM IST

thumbnail

ରାଉରକେଲା: ପ୍ରବଳରୁ ଅତି ପ୍ରବଳ ବର୍ଷାରେ ଫୁଲୁଛି ବ୍ରାହ୍ମଣୀ ନଦୀ । କାଂଶବାହାଲରେ ଥ‌ିବା ମନ୍ଦିରା ଡ୍ୟାମର ଜଳସ୍ତର ବୃଦ୍ଧି ପାଉଥ‌ିବାରୁ ୯ଟି ଡ୍ୟାମର ଗେଟ୍ ଖୋଲି ଦିଆଯାଇଛି । ପ୍ରତ୍ୟେକ ସ୍କିଲୱେ ଗେଟକୁ ୫ ଫୁଟ୍ ଲେଖାଏଁ ଖୋଲି ଦିଆଯାଇଥ‌ିବା ସୂଚନା ମିଳିଛି । ମନ୍ଦିରା ଡ୍ୟାମରେ ଥ‌ିବା ସମସ୍ତ ୧୧ଟି ସ୍କୁଲୱେ ଗେଟ୍ ମଧ୍ୟରୁ ୯ଟି ଗେଟ୍ ଖୋଲା ଯାଇଥିବାରୁ ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଗତ 4 ଦିନ ଧରି ପ୍ରବଳ ବର୍ଷା ହୋଇଥିବାରୁ ମନ୍ଦିରା ଡ୍ୟାମର ଜଳସ୍ତର ୬୮୪.୪୦ ଫୁଟ୍ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ସେହିପରି ୩୪ହଜାର ୬୧୩ କ୍ୟୁସେକ୍ ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ।

ଏହା ବି ପଢନ୍ତୁ...ହୀରାକୁଦରେ ପୁଣି ଖୋଲିଲା ଗେଟ, 6ଟି ଗେଟରେ ଚାଲିଛି ବନ୍ୟା ଜଳ ନିଷ୍କାସନ

ନଦୀ କୂଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ନଦୀ ମଧ୍ୟରେ ମାଛଧରା ଭଳି ବିଭିନ୍ନ କାର୍ଯ୍ୟରୁ ନିବୃତ୍ତ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସମସ୍ତ ଗେଟ୍ ଖୋଲା ଯାଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ତେବେ ବର୍ତ୍ତମାନ ଯାଏଁ କୌଣସି ଅଞ୍ଚଳରେ ବନ୍ୟା ପାଣି ପଶି ନଥିବାବେଳେ ଆଜି ରାତି ସୁଦ୍ଧା ସମସ୍ତ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ ବୋଲି ଆଶଙ୍କା ରହିଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.