ବାତ୍ୟା ମିଗଜୋମକୁ ନେଇ ଚିନ୍ତାରେ ଚାଷୀ, ଅମଳ ଫସଲକୁ ସୁରକ୍ଷା ପାଇଁ ସମସ୍ତେ ବ୍ୟସ୍ତ

By ETV Bharat Odisha Team

Published : Dec 5, 2023, 7:00 AM IST

thumbnail

ବ୍ରହ୍ମପୁର: ମାଡି ଆସୁଛି ସାମୁଦ୍ରିକ ଝଡ଼ ମିଗଜୋମ । ଏହାକୁ ନେଇ ଚିନ୍ତାରେ ଚାଷୀ କୂଳ ।  ବାତ୍ୟାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଏକାଧିକ ସ୍ଥାନରେ ବର୍ଷା ହେବାକୁ ରହିଥିବା ସୂଚନା ପାଇବା ପରେ ଚାଷକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି । ଯାହା ଫଳରେ ଫସଲକୁ ଅମଳ କରି ତାର ସୁରକ୍ଷାରେ ଲାଗି ପଡ଼ିଛନ୍ତି ଚାଷୀ ।  ଗତ ଖରିଫ୍ ଋତୁରେ ବର୍ଷତମାମ କଷ୍ଟ କରି ଚାଷୀ ନିଜର ଚାଷ ଜମିରେ ଫସଲ କରିଥିଲା ।  ଧାନ ସହିତ ଅନ୍ୟାନ୍ୟ ଫସଲ କରିଥିବା ବେଳେ ବର୍ତ୍ତମାନ ଏହାର ଅମଳ ହେବା ସମୟ । ଏପରି ସମୟରେ ବାତ୍ୟାର ପ୍ରଭାବରେ ବର୍ଷା ହେବା ନେଇ ସୂଚନା ମିଳିବା ପରେ ଧାନ ଅମଳ କରି କିପରି ସୁରକ୍ଷିତ ଭାବରେ ରଖିବେ ସେନେଇ ସମସ୍ତେ ଏକପ୍ରକାର ବ୍ୟସ୍ତ । ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ଭବ୍ୟ ବାତ୍ୟାକୁ ନେଇ ଜରୁରୀ ବୈଠକ କରାଯାଇଛି । କିପରି ଏହାର ମୁକାବିଲା କରାଯିବ ସେନେଇ ସମସ୍ତ ଲାଇନ ଡିପାର୍ଟମେଣ୍ଟକୁ ବିଭିନ୍ନ ପ୍ରକାର ପରାମର୍ଶ ଦିଆଯିବା ସହିତ ଚାଷୀ ମାନଙ୍କୁ ସତର୍କତା ମୂଳକ କିପରି ପଦକ୍ଷେପ ଗ୍ରହଣ କରାଯିବ ସେନେଇ ପରାମର୍ଶ ଦିଆଯାଇଛି । ଗୋଟିଏ ପଟେ ବର୍ଷତମାମ ବର୍ଷାର ଅଭାବ ଯୋଗୁଁ ଗଞ୍ଜାମ ଜିଲ୍ଲାର ବହୁ ବ୍ଲକରେ ଏକପ୍ରକାର ମରୁଡ଼ି ପରିସ୍ଥିତି ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନର ଅମଳ ସମୟରେ ବର୍ଷା ହେଲେ ଏହା ଚାଷୀକୂଳର ମେରୁଦଣ୍ଡ ଉପରେ ସିଧାସଳଖ ପ୍ରଭାବ ପଡିବ ବୋଲି କୁହାଯାଇଛି । ଆଜିଠାରୁ ତିନି ଦିନ ଧରି ଗଞ୍ଜାମ ଜିଲ୍ଲାରେ ବର୍ଷା ହେବାକୁ ରହିଥିବା ବେଳେ ଚାଷୀମାନେ ଧାନ କାଟି ସାଇତି ରଖୁଛନ୍ତି ଏବଂ ଅମଳ ଧାନଶସ୍ୟଗୁଡିକୁ ନିଜର ଚାଷ ଜମିରୁ ଆଣି ରାସ୍ତା କଡ଼ରେ ରଖୁଥିବା ଦେଖାଯାଇଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.