ବନ୍ୟାଜଳ ଉଜାଡିଲା ଫସଲ, କ୍ଷତିପୂରଣ ସହ ଋଣ ଛାଡ଼ ପାଇଁ ଦାବି

By

Published : Aug 25, 2022, 12:39 PM IST

Updated : Feb 3, 2023, 8:27 PM IST

thumbnail

ମହାନଦୀ ବନ୍ୟା ଜଳ ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ବନ୍ୟା ଆସିବା ପରେ ଏକର ଏକର ଚାଷଜମି ନଷ୍ଟ ହୋଇଥିବାବେଳେ ଲୋକଙ୍କ ଜୀବନରେ ଅପୂରଣୀୟ କ୍ଷତିର ଦାଗ ଦେଇଯାଇଛି । ନୟାଗଡ ଜିଲ୍ଲାର ଭାପୁର ବ୍ଲକରେ ଏବେ ଏପରି ସ୍ଥିତି ସୃଷ୍ଟି ହୋଇଛି । ବର୍ଷ ବର୍ଷ ଧରି କଷ୍ଟଅର୍ଜିତ ଟଙ୍କାରେ ସୁନାର ଫସଲ ଆଜି ଚୁନା ହୋଇଯାଇଛି । ଭାପୁର ବ୍ଲକର କରବର ଏବଂ ଫତେଗଡ଼ ପଞ୍ଚାୟତର ଚାଷୀଙ୍କ ମୁଣ୍ଡରେ ସତେ ଯେମିତି ଚଡ଼କ ପଡିଛି । ଏହି ପଞ୍ଚାୟତର ଲୋକେ ଚାଷ କରି ପେଟ ପୋଷୁଥିଲେ । ଚାଷ କରି କିଛି ଟଙ୍କା ପାଇଥିଲେ ଋଣ ସୁଝିଥାନ୍ତେ, ହେଲେ ସବୁ ଆଶା ଆଶାରେ ରହିଗଲା । ଏବେ ସରକାରୀ ସହାୟତା ଘୋଷଣାକୁ ଅପେକ୍ଷା କରିଛି ଚାଷୀ । ପ୍ରଶାସନ କରବର ପଞ୍ଚାୟତକୁ ବାତ୍ୟାଞ୍ଚଳ ଘୋଷଣା କରି କ୍ଷତିପୂରଣ ସହ ଋଣ ଛାଡ଼ କରିବାକୁ ଚାଷୀମାନେ ଦାବି କରିଛନ୍ତି । ଇଟିଭି ଭାରତ, ନୟାଗଡ଼

Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.